fbpx

କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର, ୧୦ ଦିନ ପରେ ବଢ଼ିବାକୁ ଯାଉଛି DA! ଜାଣନ୍ତୁ କେତେ ?

ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସିଖବର । କେବଳ ୧୦ ଦିନ ଅପେକ୍ଷା କରିବାର ଅଛି, ଯାହାପରେ ଆପଣଙ୍କ ଆକାଉଣ୍ଟକୁ ବଡ଼ ଆମାଉଣ୍ଟର ଟଙ୍କା ଆସିବ । ଜୁଲାଇ ମାସରେ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ପୁଣି ଥରେ ବୃଦ୍ଧି କରାଯିବ । ଏଆଇସିପିଆଇ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ ଏହା ଦୀର୍ଘ ଦିନ ଧରି ଆଲୋଚନା ହୋଇଆସୁଛି, ଏହା ନିଶ୍ଚିତ ଯେ ଏଥର ମଧ୍ୟ ସରକାର କେନ୍ଦ୍ରୀୟ କର୍ମଚାରୀଙ୍କ ବେତନକୁ ୪ ପ୍ରତିଶତ ବୃଦ୍ଧି କରିବାକୁ ଯାଉଛନ୍ତି । ବର୍ତ୍ତମାନ ମେ ଏବଂ ଜୁନ୍ ମାସଗୁଡିକର ଆକଳନ ଆସିବା ବାକି ରହିଛି, ଯାହା ୩୦ ଜୁନ୍ ରେ ପ୍ରକାଶ ପାଇବ ।

୧୦ ଦିନ ପରେ ଆକଳନ ପ୍ରକାଶ ପାଇବ :-
ଜୁନ୍ ୩୦ ରେ ଆସୁଥିବା ଆକଳନ ଏହା ଅଧିକ ସ୍ପଷ୍ଟ କରିବ ଯେ ସରକାର ଏଥର ମହଙ୍ଗା ଭତ୍ତା କେତେ ବୃଦ୍ଧି କରିବାକୁ ଯାଉଛନ୍ତି । ଏହା ବ୍ୟତୀତ ବିଶେଷଜ୍ଞମାନେ ମଧ୍ୟ ଆଶା କରୁଛନ୍ତି ଯେ ଏଥର ସରକାର ମହଙ୍ଗା ଭତ୍ତାକୁ ୪ ପ୍ରତିଶତ ବୃଦ୍ଧି କରିପାରିବେ । ଯଦି ଏଆଇସିପିଆଇ ସୂଚକାଙ୍କ ସଂଖ୍ୟା ୧୩୫ ରେ ପହଞ୍ଚେ, ତେବେ ମହଙ୍ଗା ଭତ୍ତାରେ ନିଶ୍ଚିତ ଭାବରେ ଏକ ବୃଦ୍ଧି ହୋଇପାରେ ।

୪୬ ପ୍ରତିଶତ ହୋଇପାରେ ଡିଏ :-
ଯଦି ଏହି ମାସରେ ଏହି ସଂଖ୍ୟା ୧୩୫ ରେ ପହଞ୍ଚେ, ତେବେ ନିଶ୍ଚିତ ଭାବରେ କର୍ମଚାରୀମାନଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ଡିଏରେ ୪ ପ୍ରତିଶତ ବୃଦ୍ଧି ହୋଇପାରେ । ଯାହା ପରେ ୪୨ ପ୍ରତିଶତ ହାରରେ ମିଳିଥିବା ଡିଏ ୪୬ ପ୍ରତିଶତରେ ନହଞ୍ଚିଯିବ ଏବଂ ଏହି କାରଣରୁ କର୍ମଚାରୀଙ୍କ ଦରମାରେ ଏକ ବଡ ବୃଦ୍ଧି ଘଟିବ ।

Get real time updates directly on you device, subscribe now.