fbpx

୬ ଟି ଷ୍ଟେସନରେ ମହଙ୍ଗା ହେଲା ପ୍ଲାଟଫର୍ମ ଟିକେଟ୍: ଏଣିକି ଆପଣଙ୍କୁ ଦେବାକୁ ପଡ଼ିବ ଏତିକି ଟଙ୍କା

ନୂଆଦିଲ୍ଲୀ: ପାର୍ବଣ ଋତୁରେ ନିଜର ସମସ୍ତ ରେଲୱେ ଷ୍ଟେସନରେ ଜମୁଥିବା ଭିଡ଼ ସମୟରେ ବିଶୃଙ୍ଖଳା ରୋକିବା ଓ ଅନାବଶ୍ୟକ ଲୋକଙ୍କ ସଂଖ୍ୟାକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ରୀୟ ରେଳ ଏକ ବଡ଼ ନିଷ୍ପତ୍ତି ନେଇଛି । କେନ୍ଦ୍ରୀୟ ରେଳ ଏହାର କେତେକ ପ୍ରମୁଖ ଷ୍ଟେସନରେ ପ୍ଲାଟଫର୍ମ ଟିକେଟ୍ ମୂଲ୍ୟ ବୃଦ୍ଧି କରିଛି । ନୂଆ ଏବଂ ବର୍ଦ୍ଧିତ ମୂଲ୍ୟ ଆଜି ସକାଳୁ ହିଁ ଲାଗୁ ହୋଇଛି ।

ପାର୍ବଣ ଋତୁରେ ଅଧିକ ଜନଗହଳିକୁ ନିୟନ୍ତ୍ରଣ କରିବା ପାଇଁ ଶନିବାରରୁ ମୁମ୍ବାଇର ପ୍ରମୁଖ ଷ୍ଟେସନରେ ପ୍ଲାଟଫର୍ମ ଟିକେଟ୍ ମୂଲ୍ୟ ୧୦ ରୁ ବଢ଼ାଇ ୫୦ ଟଙ୍କାକ କରାଯାଇଛି । ତେବେ ଏହି ମୂଲ୍ୟଗୁଡିକ ଅସ୍ଥାୟୀ ଭାବେ କାର୍ଯ୍ୟକାରୀ କରାଯାଇଛି ।

କେନ୍ଦ୍ରୀୟ ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ (ସିପିଆରଓ) ଶିବାଜୀ ସୂତାର ଶୁକ୍ରବାର ଦିନ କହିଛନ୍ତି ଯେ, ନୂଆ ଦର ଛତ୍ରପତି ଶିବାଜୀ ମହାରାଜ ଟର୍ମିନାସ, ଦାଦର, ଲୋକମାନ୍ୟ ତିଲକ ଟର୍ମିନାସ, ଥାନେ, କଲ୍ୟାଣ ଏବଂ ପାନଭେଲରେ ଲାଗୁ ହେବ । ଏହି ଷ୍ଟେସନଗୁଡିକ ଦୀର୍ଘ ଦୂରତା ଟ୍ରେନ୍ ପାଇଁ ବ୍ୟସ୍ତବହୁଳ ସଂଯୋଗ ଏବଂ ଅକ୍ଟୋବର ୩୧ ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ ।

Get real time updates directly on you device, subscribe now.