fbpx

କରୋନା ମୁକାବିଲା କରିବାକୁ ୨୫ଟି ରାଜ୍ୟ ପାଇଁ ୮୯୨୩.୮ କୋଟିର ଅନୁଦାନ ଘୋଷଣା କଲା କେନ୍ଦ୍ର, ଜାଣନ୍ତୁ ଓଡ଼ିଶାକୁ କେତେ?

ନୂଆଦିଲ୍ଲୀ, ୯ା୫: ସମଗ୍ର ଦେଶରେ କରୋନାର ପ୍ରକୋପ ଭୟଙ୍କର ଭାବେ ଜାରି ରହିଛି । କରୋନା ଯୋଗୁଁ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି । ଶିକ୍ଷାନୁଷ୍ଠାନ, ଶିଳ୍ପସଂସ୍ଥା, ଉତ୍ପାଦନ, ନିଯୁକ୍ତି ଆଦି ବନ୍ଦ ରହିଥିବା କାରଣରୁ ଲୋକଙ୍କର ଜୀବନଜୀବକା ଉପରେ ଏହାର ପ୍ରଭାବ ପଡ଼ିଛି । ତେଣୁ ଦେଶର ଅର୍ଥନୀତିକୁ ସୁଧାରିବା ଲକ୍ଷ୍ୟ ନେଇ କେନ୍ଦ୍ର ସରକାର ସହାୟତାର ହାତ ବଢ଼ାଇଛନ୍ତି ।

କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ୨୫ ରାଜ୍ୟ ପାଇଁ ଅନୁଦାନ ଘୋଷଣା କରିଛନ୍ତି । ମୋଟ ୮୯୨୩.୮ କୋଟି ଟଙ୍କା ସହାୟତା ପ୍ରଦାନ ନେଇ ଘୋଷଣା କରାଯାଇଛି । ଓଡ଼ିଶାକୁ ୩୩୩.୮ କୋଟି ଅନୁଦାନ ମିଳିବ । ସେହିପରି ୟୁପିକୁ ସର୍ବାଧିକ ୧୪୪୧.୬ କୋଟି, ଛତିଶଗଡ଼କୁ ୨୧୫ କୋଟି, ପଶ୍ଚିମବଙ୍ଗକୁ ୬୫୨.୨ କୋଟି, ବିହାରକୁ ୭୪୧.୮ କୋଟି, ଆନ୍ଧ୍ରପ୍ରଦେଶକୁ ୩୮୭.୯ କୋଟି ଓ ଆସାମକୁ ୨୩୭.୨ କୋଟିର ଅନୁଦାନ ପ୍ରଦାନ କରାଯିବ । ଆର୍ଥିକ ସହାୟତା ପ୍ରଦାନ ନେଇ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.