fbpx

କେନ୍ଦ୍ର ସରକାର ବାଇ-ଲ’ ପ୍ରତ୍ୟାହାର କରନ୍ତୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୨ା୨ (ଓଡିଶା ଭାସ୍କର): କେନ୍ଦ୍ର ସରକାରଙ୍କ ବାଇ-ଲ’ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରିଛନ୍ତି । ଜାତୀୟ ସ୍ମାରକୀ ପ୍ରାଧିକରଣ (ଏନଏମଏ) ଏକାମ୍ର କ୍ଷେତ୍ରର ଅନନ୍ତ ବାସୁଦେବ ଓ ବ୍ରହ୍ମେଶ୍ୱର ମନ୍ଦିର ପାଇଁ ଜାରି କରିଥିବା ଅଧିନିୟମକୁ ତୁରନ୍ତ ପ୍ରତ୍ୟାହାର ଲାଗି ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି । ସମ୍ବେଦନଶୀଳ ଧାର୍ମିକ ପ୍ରସଙ୍ଗରେ କୌଣସି କେନ୍ଦ୍ରୀୟ ସଂସ୍ଥା ନିଷ୍ପତି ନେବା ବେଳେ ରାଜ୍ୟକୁ ବିଶ୍ୱାସକୁ ନେବା ଦରକାର ବୋଲି ମୁଖ୍ୟମନ୍ତ୍ରୀ ଟ୍ୱିଟ କରି ଜଣାଇଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲଙ୍କ ନିକଟରେ ଦାବି ଉପସ୍ଥାପନ ପାଇଁ ସେ ଓଡ଼ିଶାର ସାଂସଦମାନଙ୍କୁ ଅନୁରୋଧ କରିଛନ୍ତି । ଓଡ଼ିଶାର ଲକ୍ଷ ଲକ୍ଷ ଭକ୍ତଙ୍କ ଭାବାବେଗ ଓ ସେବାୟତଙ୍କ ଜୀବନ ଜୀବିକା ସହ ଏହି ପ୍ରସଙ୍ଗ ଜଡ଼ିତ ରହିଛି ବୋଲି ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରିଛନ୍ତି । ସୂଚନାଯୋଗ୍ୟ ଯେ, ପୁରୀ ଜଗନ୍ନାଥ ମନ୍ଦିର ପାଇଁ ବାଇ-ଲ’ ଜାରି କରାଯାଇଥିଲା । ରାଜ୍ୟ ସରକାରଙ୍କ ବିରୋଧ ପରେ ଏହି ବାଇ-ଲ’କୁ ପ୍ରତ୍ୟାହାର କରିନିଆଯାଇଥିଲା ।

Get real time updates directly on you device, subscribe now.