fbpx

ଚହଲ ଆଇପିଏଲ୍‌ର ସର୍ବାଧିକ ୱିକେଟ୍ ହାସଲକାରୀ

Advertisement

କୋଲକାତା : ରାଜସ୍ଥାନ ରୟାଲର୍ସ ଫ୍ରାଞ୍ଚାଇଜ୍ ପାଇଁ ଖେଳୁଥିବା ଲେଗ୍‌ ସ୍ପିନର ୟୁଜଭେନ୍ଦ୍ର ଚହଲ ଆଇପିଏଲ୍‌ ଇତିହାସର ସର୍ବାଧିକ ୱିକେଟ ହାସଲକାରୀ ହୋଇପାରିଛନ୍ତି । ପୂର୍ବରୁ ଚେନ୍ନାଇ ସୁପରକିଙ୍ଗ୍‌ସ ପାଇଁ ଖେଳୁଥିବା ୱେଷ୍ଟଇଣ୍ଡିଜ୍‌ରେ ଦ୍ୱାନେ ବ୍ରାଭୋ ସର୍ବାଧିକ ୧୮୩ ୱିକେଟ ହାସଲ
କରିଥିବା ବେଳେ ଗୁରୁବାର ସ୍ଥାନୀୟ ଇଣ୍ଡେନ ଗାର୍ଡେନରେ ଅନୁଷ୍ଠିତ କୋଲକାତା ନାଇଟ ରାଇଡର୍ସ ବିପକ୍ଷ ମ୍ୟାଚ୍‌ରେ ଚହଲ ଏହି ରେକର୍ଡ ଅତିକ୍ରମ କରିଛନ୍ତି । ରାଜସ୍ଥାନ ପକ୍ଷରୁ ସଫଳ ବୋଲିଂ ପ୍ରଦର୍ଶନ କରି ଚହଲ ୨୫ରନ୍‌ରେ ୪ୱିକେଟ ଅକ୍ତିଆର କରିଥିଲେ ।

ପୂର୍ବ ମ୍ୟାଚ୍‌ରେ ଚହଲ ସଫଳ ହୋଇ ଦ୍ୱାନେ ବ୍ରାଭୋଙ୍କ ରେକର୍ଡ ସମକକ୍ଷ ହୋଇଥିବା ବେଳେ ଆଜି ପ୍ରଥମେ କୋଲକାତା ଦଳର ଅଧିନାକୟ ନିତୀଶ ରାଣାକୁ ଆଉଟ କରି ସେ ୧୮୪ତମ ୱିକେଟ ହାସଲ କରିଥିଲେ । ଏହାପରେ ସେ ଭେଙ୍କେଟେଶ ଆୟାର, ରିଙ୍କୁ ସିଂ ଓ ଶର୍ଦ୍ଦୁଲ ଠାକୁରଙ୍କୁ କବ୍‌ଜା କରିଥିବା ବେଳେ ବର୍ତ୍ତମାନ ସେ ୧୮୭ ୱିକେଟ ହାସଲ କରିଛନ୍ତି । ବ୍ରାଭୋ ଆଇପିଏଲରେ ୧୬୧ ମ୍ୟାଚ୍ ଖେଳି ୧୮୩ ୱିକେଟ ଦଖଲ କରିଥିବା ବେଳେ ଚହଲ ୧୪୩ ମ୍ୟାଚ୍ ଖେଳି ଏହି ରେକର୍ଡ ଅତିକ୍ରମ କରିଛନ୍ତି । ସେହିପରି ଆଇପିଏଲ୍‌ରେ ଅନ୍ୟତମ ସଫଳ ବୋଲର ମୁମ୍ବାଇ ଇଣ୍ଡିଆନ୍ସର ଲେଗ୍ ସ୍ପିନର ପିୟୁଷ ଚାୱଲା ୧୭୬ ମ୍ୟାଚ୍‌ରେ ୧୭୪, ଲକ୍ଷ୍ନୌ ସୁପର ଜିଆଣ୍ଟସର ଲେଗ୍ ସ୍ପିନର ଅମିତ ମିଶ୍ର ୧୬୦ ମ୍ୟାଚ୍‌ରୁ ୧୭୨, ରାଜସ୍ଥାନ ରୟାଲର୍ସ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନୀ ୧୯୬ ମ୍ୟାଚରେ ୧୭୧ ୱିକେଟ ହାସଲ କରିପାରିଛନ୍ତି ।

Get real time updates directly on you device, subscribe now.