fbpx

ମୁଡ୍ ଫ୍ରେସ୍ କରିଦେବ ଏକ କପ୍ ସ୍ୱାଦିଷ୍ଟ ଚା’, ଜାଣନ୍ତୁ କିପରି ପ୍ରସ୍ତୁତ କରିବେ ପରଫେକ୍ଟ ଟି’

ସକାଳୁ ସକାଳୁ ଗୋଟେ କପ୍ ସ୍ୱାଦିଷ୍ଟ ଚା’ ମିଳିଗଲେ ମୁଡ୍ ପୁରା ଫ୍ରେସ୍ ହୋଇଯାଏ । ମନ ସହ ଦେହରେ ବି ଯେମିତି ଅପୂର୍ବ ଫୁର୍ତ୍ତି ଭରିଯାଏ । ତେବେ ଆମ ମଧ୍ୟରୁ ବହୁ ଲୋକ ଏକ ପରଫେକ୍ଟ ଚା ତିଆରି କରି ପାରନ୍ତି ନାହିଁ । କାରଣ ଚା’ ପ୍ରସ୍ତୁତି ସମୟରେ ଏମାନେ କିଛି ନା କିଛି ଭୁଲ୍ କରି ଦେଇଥାନ୍ତି । ଏହି କ୍ରମରେ ଆସନ୍ତୁ ଜାଣିବା ଏକ ସ୍ୱାଦିଷ୍ଟ ଚା’ ତିଆରି କରିବାକୁ କେଉଁସବୁ କଥା ଉପରେ ଧ୍ୟାନ ରଖିବାକୁ ହେବ ।
୧-ଚା’ତିଆରି କରିବା ପୂର୍ବରୁ କ୍ଷୀରକୁ ଫ୍ରିଜରରୁ ବାହାର କରି ନର୍ମାଲ ଅବସ୍ଥାକୁ ଆଣନ୍ତୁ ଏବଂ ଏହା ନର୍ମାଲ ଅବସ୍ଥାକୁ ଆସିବା ପରେ ତାହାକୁ ଫୁୁଟୁଥିବା ଚା’ ପତିରେ ଢାଳନ୍ତୁ ।
୨-ପାଣି ଗରମ କରିବା ସମୟରେ ଚା’ରେ ଅଳେଇଚ ଓ ଅଦା ଛେଜି କରି ମିଶାନ୍ତୁ ।

୩-ଚା’ ପାଣିକୁ ଉଚ୍ଚା ଆଞ୍ଚରେ ଫୁଟାନ୍ତୁ । ଏହା ଫୁଟିଯିବା ପରେ ଏଥିରେ କ୍ଷୀର ଢାଳନ୍ତୁ ।
୪- ଚା’ ତିଆରି କରିବା ସମୟରେ ଏହାକୁ ଚାମଚରେ ବାରମ୍ବାର ଗୋଳାନ୍ତୁ ।
୫-ଏବେ ପ୍ରସ୍ତୁତ ହୋଇଯିବ ଆପଣଙ୍କ ସ୍ୱାଦିଷ୍ଟ ଚା’ ।

Get real time updates directly on you device, subscribe now.