fbpx

ଚୈତ୍ର ନବରାତ୍ରିର ଷଷ୍ଠ ଦିନରେ କରନ୍ତୁ କାତ୍ୟାୟିନୀ ପୂଜା: ମିଳିବ ଶୁଭ ଫଳ

Advertisement

ନୂଆଦିଲ୍ଳୀ: କାତ୍ୟାୟିନୀ ହେଉଛନ୍ତି ନବଦୁର୍ଗାଙ୍କ ଷଷ୍ଠ ଅବତାର । ନବରାତ୍ର ସମୟରେ କାତ୍ୟାୟିନୀ ରୂପରେ ହିନ୍ଦୁ ଶକ୍ତି ଦେବୀ ପାର୍ବତୀଙ୍କ ଆରାଧନା କରାଯାଇଥାଏ । ଶକ୍ତି ଉପାସନା କ୍ଷେତ୍ରରେ କାତ୍ୟାୟିନୀଙ୍କୁ ଶକ୍ତିର ଅବତାର ଦେବୀ ରୂପରେ ବିକଟାଳ ତଥା ଶକ୍ତିମୟୀ ରୂପରେ ଭଦ୍ରକାଳୀ ଓ ଚନ୍ଦ୍ରିକା ଅବତାରରେ ଉପାସନା କରାଯାଇଥାଏ । ୨ୟ ଶତାବ୍ଦୀରେ ରଚିତ ପତଞ୍ଜଳିଙ୍କ ମହାଭାଷ୍ୟରେ ଏହା ଉଲ୍ଲିଖିତ ରହିଛି । ଯଦୁର୍ବେଦ ସ୍କନ୍ଧ ପୁରାଣରେ ଅରଣ୍ୟକଖଣ୍ଡରେ କାତ୍ୟାୟିନୀଙ୍କ ବିଷୟରେ ବର୍ଣ୍ଣନା ରହିଛି । ସେଥିରେ କାତ୍ୟାୟିନୀ ଦେବତାମାନଙ୍କ କ୍ରୋଧରୁ ଆପେ ଆପେ ସୃଷ୍ଟି ହେଇଥିବା କଥା ଜଣାପଡେ । ଦାନବ ମହିଷାସୁରକୁ ବଧ ପାଇଁ ଦେବତା ମାନେ ତାଙ୍କୁ ସୃଷ୍ଟି କରିଥିଲେ । ପ୍ରାଚୀନ ବିଦ୍ୱାନ ମାର୍କଣ୍ଡେୟ ଋଷିଙ୍କଦ୍ୱାରା ୪୦୦/୫୦୦ ମସିହାରେ ରଚିତ ସଂସୃତ ମହାକାବ୍ୟର ‘ଦେବୀ ଭାଗବତ ପୁରାଣ ଓ ଦେବୀ ମାହାତ୍ମ୍ୟମ ଖଣ୍ଡରେ କାତ୍ୟାୟିନୀଙ୍କ ଉପରେ ବିଶଦ ବର୍ଣ୍ଣନା ରହିଛି । ତାଙ୍କର ଉପସ୍ଥିତିର ପ୍ରଭାବ ବୌଦ୍ଧ ଓ ଜୈନ ତଥା ତାନ୍ତ୍ରିକ ଲିପି ମାନଙ୍କରେ ମଧ୍ୟ ଦେଖିବାକୁ ମିଳେ । ୧୦ମ ଶତାବ୍ଦୀରେ ଲିଖିତ କାଳୀକା-ପୁରାଣରେ ଉଡ୍ଡୀଯାନ ବା ଉଡ୍ରଦେଶ (ପ୍ରାଚୀନ ଓଡ଼ିଶା)କୁ ମହାଦେବୀ କାତ୍ୟାୟିନୀ ଓ ଭଗବାନ ଜଗନ୍ନାଥଙ୍କ ଆସ୍ଥାନ ବୋଲି ଉଲ୍ଲିଖିତ ରହିଛି ।

ସକାଳ ୯ଟା ୩୨ ମିନିଟରୁ ଶୁଭ ମୂହୂର୍ତ୍ତ ରହିଛି । ସେହିପରି ସକାଳ ୬.୦୫ରୁ ରାତି ୧୦.୪୨ମିନିଟ ପର୍ଯ୍ୟନ୍ତ ରବି ମୂହୂର୍ତ୍ତ ରହିଥାଏ । କାତ୍ୟାୟିନୀଙ୍କ ପୂଜାରେ ହଳଦିଆ ଫୁଲ, ଅକ୍ଷତ, ଧୂପ, ଦୀପ ଏବଂ କୁମକୁମର ବ୍ୟବହାର କରାଯିବା ଉଚିତ୍ । ଏହା ସହିତ ଭୋଗରେ ମହୁ ବ୍ୟବହାର କରାଗଲେ ଶୁଭଫଳ ମିଳିବ ବୋଲକି କୁହାଯାଇଛି । ଏହି ପଦ୍ଧତିରେ ପୂଜା କରିବା ଦ୍ୱାରା ଯଶ ଓ ପତିଆରା ବୃଦ୍ଧି ପାଇଥାଏ । ସେହିପରି ହଳଦିଆ ଫୁଲ ଏବଂ ହଳଦୀ ଅର୍ପଣ କରିବା ଦ୍ୱାରା ବିବାହ ଜନିତ ସମସ୍ୟା ଦୂର ହୋଇଥାଏ ।

Get real time updates directly on you device, subscribe now.