fbpx

ରାହୁଲଙ୍କ ଉପରକୁ ସାମ୍ପେନ କର୍କ ଫିଙ୍ଗିଲେ ଦର୍ଶକ; ଏମିତି ପ୍ରତିକ୍ରିୟା ପ୍ରକାଶ କଲେ ଭାରତୀୟ ଫ୍ୟାନ

Advertisement

ନୂଆଦିଲ୍ଲୀ: କ୍ରିକେଟର ମକ୍କା ଲର୍ଡସରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । କ୍ରିକେଟ ଖେଳାଳିଙ୍କ ପ୍ରତି ଜାତିଆଣ ମନ୍ତବ୍ୟ ମନରୁ ଲିଭିନଥିବା ବେଳେ ଲର୍ଡସ ଟେଷ୍ଟରେ ସମାନ ଏକ ଘଟଣା ଦେଖିବାକୁ ମିଳିଛି । ଭାରତୀୟ ଦଳର ଓପନର କେ ଏଲ୍ ରାହୁଲଙ୍କ ଉପରକୁ ସାମ୍ପେନ କର୍କ ଫିଙ୍ଗିଛନ୍ତି ଦର୍ଶକ । ପ୍ରଥମ ଇନିଂସରେ ଶତକ ହାସଲ କରିଥିବା ରାହୁଲ ଫିଲଡିଂ କରୁଥିବା ସମୟରେ ଏହି ଘଟଣା ଦେଖିବାକୁ ମିଳିଥିଲା । ଏହାପରେ ଏକାଧିକ ସାମ୍ପେନ କର୍କ ରାହୁଲଙ୍କ ଆଡକୁ ଆସିଥିଲା ।

ପ୍ରଥମ ଇନିଂସରେ ରାହୁଲ ଶତକ ହାସଲ କରିଥିଲେ । ରାହୁଲଙ୍କ ୧୨୯ ଏବଂ ରୋହିତ ଶର୍ମାଙ୍କ ୮୩ ରନ ବଳରେ ଭାରତ ପ୍ରଥମ ଇନିଂସରେ ସମ୍ମାନଜନକ ୩୬୪ ରନ କରିଥିଲା । ଏହାପରେ ରାହୁଲ କର୍କ ଉଠାଇ ବାଉଣ୍ଡ୍ରୀ ବାହାରକୁ ଫୋପାଡିଥିଲେ । ଏପରିକି କୋହଲି ଏହାକୁ ଫୋପାଡିବା ପାଇଁ ଇସାରା କରୁଥିବା ଦେଖିବାକୁ ମିଳିଥିଲା । ଟେଷ୍ଟ କ୍ରିକେଟରେ ନିଜର ଷଷ୍ଠ ଶତକ ହାସଲ କରିଥିବା ରାହୁଲଙ୍କ ପ୍ରତି ଏଭଳି ଅପମାନ ଜନକ ବ୍ୟବହାର ପରେ ଭାରତୀୟ ଫ୍ୟାନ ମାନେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ଏକାଧିକ ସୋସିଆଲ ମିଡିଆ ବ୍ୟବହାର କାରୀ ଫ୍ୟାନ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ।

ଏହି ଘଟଣାକୁ ନେଇ ଭାରତୀୟ ଦଳ ମ୍ୟାଚ ରେଫରୀ ଓ ଅମ୍ପାୟାରଙ୍କ ନିକଟରେ ଅଭିଯୋଗ କରିବା ଉଚିତ ବୋଲି ରୋରୀ ଡୋଲାର୍ଡ କହିଛନ୍ତି । ବିଭିନ୍ନ ଫ୍ୟାନ ମାନେ ଏହି ଘଟଣାକୁ ନିନ୍ଦା କରିଥିବା ବେଳେ ବିରାଟ କୋହଲିଙ୍କ ଆଟିଚ୍ୟୁଡକୁ ସମସ୍ତେ ପସନ୍ଦ କରିଥିଲେ । ଇଂଲିଶ ଫ୍ୟାନ ମାନେ କ୍ରିକେଟର ସ୍ପିରିଟକୁ କ୍ଷୁର୍ଣ୍ଣ କରିଛନ୍ତି ବୋଲି ଫ୍ୟାନ ମାନେ ଅଭିଯୋଗ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, ଇଂଲଣ୍ଡ ଅଧିନାୟକ ଜୋ ରୁଟଙ୍କ ଶତକ ସହାୟତାରେ ୪ ୱିକେଟ ବିନିମୟରେ ୨୬୭ ରନ୍ କରି ଭାରତକୁ ଦୃଢ ଜବାବ ଦେଇଛି ।

Get real time updates directly on you device, subscribe now.