fbpx

Chanakya Niti: ଜୀବନରେ ସଫଳତା ଚାହୁଁଛନ୍ତି କି ? ଏହି ୭ ଜଣଙ୍କ ଠାରୁ ଦୂରେଇ ରୁହନ୍ତୁ

ଓଡ଼ିଶା ଭାସ୍କର: ଜୀବନରେ ସଫଳତା ସମସ୍ତେ ଚାହିଁଥାନ୍ତି । ଏଥିପାଇଁ କ୍ୟରିୟରରେ ଆଗକୁ ବଢ଼ିବା ପାଇଁ ଅନେକ ସଂଘର୍ଷ ମଧ୍ୟ କରିଥାନ୍ତି । ପରିଶ୍ରମ ଆଧାରରେ ସେମାନେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥାନ୍ତି । ବେଳେ ବେଳେ କିଛି ବ୍ୟକ୍ତିଙ୍କ ସହ ବନ୍ଧୁତା ସେମାନଙ୍କ ପାଇଁ ସମସ୍ୟାର କାରଣ ପାଲଟି ଥାଏ । ସେମାନେ କ୍ୟାରିୟରରେ ଅଗ୍ରଗତି କରିବା ପରିବର୍ତ୍ତେ ପଛାଇ ଯାଇଥାନ୍ତି । ଜୀବନରେ ସଫଳତା ହାସଲ କରିବା ପାଇଁ ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ରରେ ଏହି ୭ ଜଣ ବ୍ୟକ୍ତିଙ୍କ ଠାରୁ ଦୂରେଇ ରହିବା ପାଇଁ ପରାମର୍ଶ ଦେଇଛନ୍ତି ଚାଣକ୍ୟ ।

୧. ଲୋଭି ବ୍ୟକ୍ତି: କଥାରେ ଅଛି ଲୋଭି ବ୍ୟକ୍ତିଙ୍କ ସହ ବନ୍ଧୁତା ଏବଂ ବ୍ୟାପାର କରିବା ସମସ୍ୟାକୁ ଆମନ୍ତ୍ରଣ ଦେଇଥାଏ । ଏଭଳି ଲୋକଙ୍କ ଠାରୁ ସବୁବେଳେ ଦୂରତା ରକ୍ଷା କରନ୍ତୁ ।

୨. କ୍ରୋଧୀ ବ୍ୟକ୍ତି: କିଛି ବ୍ୟକ୍ତି ଛୋଟ ଛୋଟ କଥାକୁ ନେଇ ଅତ୍ୟନ୍ତ କ୍ରୋଧିତ ହୋଇଥାନ୍ତି । କ୍ରୋଧରେ ବ୍ୟକ୍ତି ନିଜ ହିତାହିତ ଜ୍ଞାନ ହରାଇଥାନ୍ତି । ଏହି ସମୟରେ କରିଥିବା ଭୁଲ କାର୍ଯ୍ୟ ଏବଂ କହିଥିବା କଟୁ କଥା ପାଇଁ ଭବିଷ୍ୟରେ ପଶ୍ଚାତାପ କରିଥାନ୍ତି । ଏଭଳି କ୍ରୋଧି ବ୍ୟକ୍ତିଙ୍କ ପାଇଁ ନକାରାତ୍ମକ ପରିବେଶ ସୃଷ୍ଟି ହୋଇଥାଏ । ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନରେ ଏମାନେ ଚିନ୍ତାର କାରଣ ପାଲଟିଥାନ୍ତି ।

୩. ମିଛ କହୁଥିବା ବ୍ୟକ୍ତି: ମିଛ କହୁଥିବା ବ୍ୟକ୍ତି କେବେ ବି କାହାର ବିଶ୍ୱାସ ଯୋଗ୍ୟ ନଥାନ୍ତି । ସେମାନେ ନିଜ ଫାଇଦା ପାଇଁ ମିଛ କହି ଅନ୍ୟକୁ ଫସାଇବାକୁ ପଛାଇନଥାନ୍ତି । ମିଛ ଆଧାରରେ କୌଣସି ସମ୍ପର୍କ ଅଧିକ ଦିନ ପର୍ଯ୍ୟନ୍ତ ତିଷ୍ଟି ପାରିନଥାଏ । ମିଛୁଆ ବ୍ୟକ୍ତିକୁ ବିଶ୍ୱାସ କରିବା ମୁର୍ଖାମିର ପରିଚୟ ଅଟେ ।

୪. ଅଳସୁଆ ବ୍ୟକ୍ତି: ଅଳସୁଆ ବ୍ୟକ୍ତି କେବେ ବି ନିଜ କାମ ଠିକ୍ ସମୟରେ ଶେଷ କରିପାରନ୍ତି ନାହିଁ । ସେମାନେ ଅନ୍ୟମାନଙ୍କ ଉପରେ ବୋଝ ସଦୃଶ । ଏଭଳି ବ୍ୟକ୍ତିଙ୍କ ଗହଣରେ ରହିଲେ ଆପଣ ବି ଅଳସୁଆ ହୋଇଯିବେ ।

୫. ମୁର୍ଖ ବ୍ୟକ୍ତି: ମୁର୍ଖ ବ୍ୟକ୍ତିଙ୍କ ଠାରୁ ଜ୍ଞାନ ଆଶା କରିବା ବ୍ୟର୍ଥ ପ୍ରୟାସ । ଏଭଳି ଲୋକଙ୍କ ଗହଣରେ ରହିଲେ ସମୟ ନଷ୍ଟ ହୋଇଥାଏ । ଏମାନେ କୌଣସି ପରିସ୍ଥିତିରେ ଆପଣଙ୍କୁ ଉଚିତ ପରାମର୍ଶ ଦେଇପାରିବେ ନାହିଁ ।

୬. ଆଲୋଚନା କରୁଥିବା ବ୍ୟକ୍ତି: ଏଭଳି ବ୍ୟକ୍ତି ସବୁବେଳେ ଅନ୍ୟମାନଙ୍କ ବିଷୟରେ ଆଲୋଚନା କରିଥାନ୍ତି । ଆଜି ଆପଣଙ୍କ ସାମ୍ନାରେ ଅନ୍ୟର ଆଲୋଚନା କରୁଥିବେ ତ ପରବର୍ତ୍ତୀ ମୁହୂର୍ତ୍ତରେ ଅନ୍ୟ ସାମ୍ନାରେ ଆପଣଙ୍କ ଆଲୋଚନା କରିବାକୁ ମଧ୍ୟ ପଛାଇବେ ନାହିଁ । ଏମାନଙ୍କ ସହ ବନ୍ଧୁତା କଲେ ଆପଣଙ୍କ ଅତ୍ମବିଶ୍ୱାସ ହ୍ରାସ ହୋଇଥାଏ । ଏଭଳି ବ୍ୟକ୍ତି ଭଲ ସମ୍ପର୍କ ମଧ୍ୟରେ ଫାଟ ସୃଷ୍ଟି କରିପାରନ୍ତି ।

୭. ଧୋକାବାଜ୍ ବ୍ୟକ୍ତି: ଧୋକବାଜ୍ ବ୍ୟକ୍ତିଙ୍କ ଠାରୁ ସବୁବେଳେ ଦୂରେଇ ରୁହନ୍ତୁ । ଏମାନଙ୍କ ପ୍ରକୃତିରେ ହିଁ ଦୋଷ ଥାଏ । ଏମାନେ ଆପଣଙ୍କ ବିଶ୍ୱାସ ସହ ଛଳନା କରିଥାନ୍ତି । ତେଣୁ ଅଳ୍ପ ହେଉ ବରଂ ବିଶ୍ୱସନୀୟ ବ୍ୟକ୍ତିଙ୍କ ସହ ବନ୍ଧୁତା କରନ୍ତୁ ।

Get real time updates directly on you device, subscribe now.