ନୀତି ଶାସ୍ତ୍ରର ମହାନ ପଣ୍ଡିତ ଆଚାର୍ଯ୍ୟ ଚାଣକ୍ୟ ନିଜ ଚାଣକ୍ୟ ନୀତିରେ ଜୀବନ ସହ ଜଡ଼ିତ ଅନେକ ତଥ୍ୟ ବିଷୟରେ କହିଛନ୍ତି । ଆଚାର୍ଯ୍ୟ ଚାଣକ୍ୟ ନିଜ ନୀତିର ଶକ୍ତି ଉପରେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ପରି ଜଣେ ସାଧାରଣ ସନ୍ତାନକୁ ମଗଧର ସମ୍ରାଟ କରିଥିଲେ । କୁହାଯାଏ କି, ଯଦି କେହି ଚାଣକ୍ୟ ନୀତି ଅନୁସରଣ କରନ୍ତି, ତେବେ ତାଙ୍କୁ ସଫଳତା ନିଶ୍ଚିତ ମିଳିବ । ଚାଣକ୍ୟ ନୀତିରେ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ, ସ୍ୱାମୀ କିପରି ହେବା ଉଚିତ୍ ଓ ଜଣେ ସ୍ୱାମୀ କିପରି ନିଜ ପତ୍ନୀଙ୍କ ଶତ୍ରୁ ପାଲଟିଯାଆନ୍ତି । ଆସନ୍ତୁ ଜାଣିବା…
ଚରିତ୍ରହୀନ ସ୍ୱାମୀ :-
ଚାଣକ୍ୟ ନୀତିରେ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ, ଯଦି ଜଣେ ବ୍ୟକ୍ତିଙ୍କ ଚରିତ୍ର ଖରାପ ରହିଛି । ନିଜ ପତ୍ନୀ ଥାଉ ଥାଉ ଅନ୍ୟ ମହିଳାଙ୍କ ସହ ଅବୈଧ ସମ୍ପର୍କ ରଖନ୍ତି, ତେବେ ଏପରି ସ୍ୱାମୀ ପତ୍ନୀଙ୍କ ପାଇଁ ଶତ୍ରୁ ପାଲଟି ଯାଆନ୍ତି । ନିଜ ସ୍ୱାମୀଙ୍କୁ ଆଖି ଆଗରେ ବି ଦେଖିବାକୁ ଚାହାଁନ୍ତି ନାହିଁ ସ୍ତ୍ରୀ । ଯଦି ସ୍ୱାମୀର ଚରିତ୍ର ଠିକ୍ ନଥାଏ, ତେବେ ପତ୍ନୀଙ୍କୁ ବାହାଘର ଏକ ବୋଝ ପରି ଲାଗିଥାଏ ।
ଖରାପ ଅଭ୍ୟାସ:-
ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ, ଯଦି ଜଣେ ବ୍ୟକ୍ତି ଖରାପ ନିଶାର ଶିକାର ହୁଅନ୍ତି, ଯେପରିକି ସେ ଜୁଆ ଖେଳନ୍ତି କିମ୍ବା ମଦ୍ୟପାନ କରିବାର ଖରାପ ଅଭ୍ୟାସର ଶିକାର ହୁଅନ୍ତି, ତେବେ ତାହା ତାଙ୍କ ପତ୍ନୀଙ୍କୁ ଆଦୌ ପସନ୍ଦ ଆସିନଥାଏ । ଖରାପ ନିଶାର ଶିକାର ସ୍ୱାମୀ ନିଜ ପତ୍ନୀଙ୍କ ଶତ୍ରୁ ପାଲଟିଯାଆନ୍ତି । ଖରାପ ନିଶାରେ ପୀଡିତ ବ୍ୟକ୍ତି ନିଶାରେ ନିଜର ଅଧିକାଂଶ ଅର୍ଥ ହରାଇଥାନ୍ତି ।
ମିଛ କହୁଥିବା ସ୍ୱାମୀ :-
ଚାଣକ୍ୟ ନୀତିଙ୍କ ଅନୁଯାୟୀ, ଯଦି ଜଣେ ପୁରୁଷ ବାରମ୍ବାର ନିଜ ପତ୍ନୀଙ୍କୁ ମିଛ କହିଥାଏ, ତେବେ ସେ ମହିଳାଙ୍କ ଶତ୍ରୁ ହୋଇଯାଏ । ମିଛ ଉଭୟଙ୍କ ମଧ୍ୟରେ ବିବାଦ ସୃଷ୍ଟି କରେ । ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଥିବା ସମ୍ପର୍କର ମୂଳଦୁଆ ଦୋହଲିଯାଏ । ମହିଳାମାନଙ୍କୁ ସତ କହୁଥିବା ଜୀବନ ସାଥୀ ପସନ୍ଦ କରନ୍ତି ।
ରହସ୍ୟ ଖୋଲୁଥିବା ସ୍ୱାମୀ:-
ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ, ମହିଳାମାନେ ଏପରି ସ୍ୱାମୀଙ୍କୁ ମଧ୍ୟ ପସନ୍ଦ କରନ୍ତି ନାହିଁ, ଯିଏ ଅନ୍ୟମାନଙ୍କ ନିକଟରେ ତାଙ୍କର ରହସ୍ୟ ପ୍ରକାଶ କରନ୍ତି । ସ୍ୱାମୀ ଏବଂ ସ୍ତ୍ରୀ ନିଜ ମଧ୍ୟରେ ଅନେକ କଥା ସେୟାର କରନ୍ତି, କିନ୍ତୁ ମହିଳାମାନେ ଏହି ଜିନିଷ ଆଉ କାହାକୁ ଜଣାପଡୁ ବୋଲି ସେ ଚାହାଁନ୍ତି ନାହିଁ ।