fbpx

ଚର୍ଚ୍ଚାରେ ଚଣ୍ଡିଗଡ଼ର ଏହି ଆଇଏଏସ୍ ଅଧିକାରୀ: ହାର୍ଟ ଆଟାକ୍ ରୋଗୀକୁ ସିପିଆଇ ନେଇ ବଞ୍ଚାଇଲେ ଜୀବନ, ଦେଖନ୍ତୁ Video

ଚଣ୍ଡିଗଡ଼: ପଞ୍ଜାବ ଓ ହରିୟାଣାର ରାଜଧାନୀ ଚଣ୍ଡିଗଡ଼ରେ ଡ୍ୟୁଟିରେ ଥିବା ସ୍ୱାସ୍ଥ୍ୟ ସଚିବ ୟଶପାଳ ଗର୍ଗଙ୍କର ଏବେ ଖୁବକ ଚର୍ଚ୍ଚା ହେଉଛି । ୨୦୦୮ ବ୍ୟାଚର ଏହି ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ଜଷର ବ୍ୟକ୍ତିଙ୍କୁ ସିପିଆର ଦେଉଥିବା ଦେଖିବାକୁ ମିଳିଛି ।

ମିଳିଥିବା ସୂଚନା ଅନୁସାରେ, ଚଣ୍ଡିଗଡ଼ର ସେକ୍ଟର ୪୧ର ବାସିନ୍ଦା ଜନକ ଲାଲ ମଙ୍ଗଳବାର ସକାଳେ ଚଣ୍ଡିଗଡ଼ର ହାଉସିଂ ବୋଡ(ସିଏଚବି) ଅଫିସରେ ପହଞ୍ଚିଥିଲେ । ସେଠାରେ ତାଙ୍କୁ ହାର୍ଟ ଆଟାକ୍ ଆସିଥିଲା ଓ ସେ ତଳେ ପଡ଼ିଯାଇଥିଲେ । ଏହା ବିଷୟରେ ସୂଚନା ମିଳିବା ମାତ୍ରେ ୟଶପାଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ ଓ ସିପିଆର ଦେଇ ଜନକ ଲାଲଙ୍କ ଜୀବନ ବଞ୍ଚାଇଥିଲେ । ଏବେ ତାଙ୍କୁ ସେକ୍ୟଣ-୧୬ରେ ଥିବା ସରକାରୀ ମଲ୍ଡି ସ୍ପେଶାଲିଟି ମେଡିକାଲରେ ଭର୍ତ୍ତି କରାଯାଇଛି ।

ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷା ଶ୍ୱାତୀ ମାଲିୱାଲା ଟ୍ୱିଟ୍ କରି ଏହି ଘଟଣାର ଭିଡିଓ ସେୟାର କରିଛନ୍ତି । ଏହା ସହ ସ୍ୱାସ୍ଥ୍ୟ ବିଭାଗର ସଚିବ ୟଶପାଳଙ୍କ ପ୍ରଶଂସା କରି ପ୍ରତ୍ୟେକ ମଣିଷକୁ ସିପିଆର ଦେବା ଶିଖିବା ଉଚିତ୍ ବୋଲି କହିଛନ୍ତି ।

ଅନ୍ୟପଟେ ଗର୍ଗ ମହିଛନ୍ତି ଯେ, ତାଙ୍କ ପାଖରେ ସିପିଆର ଦେବାର କୌଣସି ଅନୁଭବ ନଥିଲା । ସେ ନିକଟରେ ଟିିଭିରେ ଡାକ୍ତରମାନେ ରୋଗୀଙ୍କୁ ସିପିଆର ଦେବା ଦେଖିଥିଲେ । ଟିଭିରେ ଦେଖିଥିବା ଏହି ଘଟଣା ୨ ମାସ ପୁରୁଣା । ଜନକ ଲାଲଙ୍କୁ ହାର୍ଟ ଆଟାକ୍ ଆସିବାର ଦେଖି ମୋ ମନରେ ଯାହା ଆସିଲା ମୁଁ କଲି ବୋଲି ଗର୍ଗ କହିଛନ୍ତି ।

Get real time updates directly on you device, subscribe now.