fbpx

(Video) NDAକୁ ଝଟକା ଦେଇ I.N.D.I.Aରେ ସାମିଲ ହେବେ କି ଚନ୍ଦ୍ରବାବୁ ନାଇଡୁ? ସ୍ପଷ୍ଟ ହେଲା ଦ୍ୱନ୍ଦ

ନୂଆଦିଲ୍ଲୀ: ବିଜେପି ୨୦୧୪ ପରେ ପ୍ରଥମ ଥର ପାଇଁ ବହୁମତରେ ବିଜୟ ହାସଲ କରିଛି । ଏଥିରେ ବିରୋଧୀ ମେଣ୍ଟ ଇଣ୍ଡିଆର ଟାର୍ଗେଟ ବିଜେପି ନେତୃତ୍ୱର ଏନଡିଏରେ ସାମିଲ ଥିବା ତେଲୁଗୁ ଦେଶମ ପାର୍ଟୀର ଚିଫ ଏନ ଚନ୍ଦ୍ରବାବୁ ନାଇଡୁଙ୍କ ଉପରେ ରହିଛି । ଏହାରି ମଧ୍ୟରେ ଦିଲ୍ଲୀରେ ସରକାର ଗଠନ ଉପରେ ଚର୍ଚ୍ଚାକୁ ନେଇ ବୁଧବାର ଦିନ ହେବାକୁ ଥିବା ଏନଡିଏର ବୈଠକକୁ ନେଇ ଏନ ଚନ୍ଦ୍ରବାବୁ ନାଇଡୁ ସ୍ପଷ୍ଟ କରିଛନ୍ତି ।

ଚନ୍ଦ୍ରବାବୁ ନାଇଡୁ ଆନ୍ଧ୍ରପ୍ରଦେଶର ବିଜୟବାଡାରେ ପ୍ରେସ କନଫରେନ୍ସ କରି କହିଛନ୍ତି ଯେ, ଆପଣ ଚିନ୍ତା କରନ୍ତୁ ନାହିଁ । ଆପଣ ନ୍ୟୁଜ ଚାହୁଁଛନ୍ତି । ମୁଁ ଦେଶରେ ଅନେକ ରାଜନୈତିକ ପରିବର୍ତ୍ତନ ହେବା ଦେଖିଛି, ହେଲେ ମୁଁ ଏନଡିଏରେ ହିଁ ରହିବି । ମୁଁ ଏନଡିଏର ମିଟିଂରେ ସାମିଲ ହେବା ଲାଗି ଦିଲ୍ଲୀ ଯାଉଛି ।

ସେ ଆଗକୁ କହିଛନ୍ତି ଯେ, ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନରେ ବିଜୟ ଏବଂ ଲୋକସଭା ନିର୍ବାଚନରେ ଟିଡିପିର ଉତ୍ତମ ପ୍ରଦର୍ଶନକୁ ନେଇ ମତଦାତାମାନଙ୍କୁ ଧନ୍ୟବାଦ ଦେଇ କହୁଛି ଯେ, ଆମେ ଏନଡିଏରେ ହିଁ ରହିବୁ ।

ଅନ୍ଧ୍ରପ୍ରଦେଶର ବିଧାନସଭା ଆସନ ୧୭୫ଟି ମଧ୍ୟରୁ ଟିଡିପିକୁ ୧୩୫ଟି ସିଟ୍‌, ପବନ କଲ୍ୟାଣର ଜନସେନାକୁ ୨୧ ଏବଂ ବିଜେପିକୁ ୮ଟି ସିଟ ମିଳିଛି । ଏହା ବ୍ୟତୀତ ଟିଡିପି ଲୋକସଭାରେ ମଧ୍ୟ ୧୬ଟି ସିଟ୍ ଅଧିକାର କରିଛି । ସେହିଭଳି ଟିଡିପି ଲୋକସଭା ଆସନରେ ୧୬ଟି ସିଟ୍ ଜିତିଛି । ଏଥିରେ ସରକାର ହେବା ପାଇଁ ଟିଡିପି ସମର୍ଥନ ନିହାତି ଆବଶ୍ୟକ । ଚନ୍ଦ୍ରବାବୁ ନାଇଡୁ ସ୍ପଷ୍ଟ କରିଛନ୍ତି ଯେ, ବିଜେପିକୁ କେନ୍ଦ୍ରରେ ସରକାର ଗଠନ କରିବାରେ ସହଜ ହେବ ।

Get real time updates directly on you device, subscribe now.