fbpx

Chandrayaan-3 Mission: ଚନ୍ଦ୍ରର ଆଉ ଟିକିଏ ନିକଟତର ହେଲା ଚନ୍ଦ୍ରଯାନ-୩, ଏବେ ଏକାକୀ ଯାତ୍ରା କରିବ ଲ୍ୟାଣ୍ଡର

ନୁଆଦିଲ୍ଲୀ: ଭାରତ ଖୁବ୍‌ଶୀଘ୍ର ଚନ୍ଦ୍ରରେ ପହଞ୍ଚିବାକୁ ଯାଉଛି । ଇସ୍ରୋ ପଠାଇଥିବା ଚନ୍ଦ୍ରଯାନ-୩ ଚନ୍ଦ୍ରର ଆଉ ଟିକିଏ ନିକଟତର ହୋଇଛି । ବୁଧବାର ଚନ୍ଦ୍ରଯାନ-୩ ଏହାର ଶେଷ କକ୍ଷପଥରେ ପହଞ୍ଚିଯାଇଛି । ଏବେଠାରୁ ଚନ୍ଦ୍ରଯାନ-୩ର ଯାତ୍ରା ବୁହତ ଗୁରୁତ୍ୱପୁର୍ଣ୍ଣ ରହିବ । ଇସ୍ରୋ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି କକ୍ଷରେ ପହଞ୍ଚିବା ପରେ ଲ୍ୟାଣ୍ଡରକୁ ଅଲଗା କରିବାର ପ୍ରକ୍ରିୟା ଆରମ୍ଭ ହେବ ।

ଇସ୍ରୋ ଏକ ଟ୍ୱିଟ୍ କରି ସୂଚନା ଦେଇଛି ଯେ, ଆଜି ସଫଳତାର ସହ ଇଞ୍ଜିନ ଅନ୍ କରିବା ପରେ ଏହା ଚନ୍ଦ୍ର ଆଡକୁ ଆଉ ଏକ କକ୍ଷପଥ ଯାତ୍ରା ଶେଷ କରିଛି। ବର୍ତ୍ତମାନ ଚନ୍ଦ୍ରଯାନ-୩ ୧୫୩ km x ୧୬୩ km ଦୂରରେ ରହିଯାଇଛି। ଏଠାରୁ ଲ୍ୟାଣ୍ଡର ଅଲଗା ହୋଇଯିବ ଏବଂ ଅଗଷ୍ଟ ୧୭ ରୁ ଆଉ ଏକ ରାଉଣ୍ଡ ପୂରଣ କରିବା ପରେ, ଏହି ମିଶନର ଲ୍ୟାଣ୍ଡର ଏହାର ପୃଥକ ଯାତ୍ରା ଆରମ୍ଭ କରିବ। ଯଦି ସବୁ ଠିକ୍ ହୁଏ, ଲ୍ୟାଣ୍ଡର ନିଜ କାର୍ଯ୍ୟସୂଚୀ ଅନୁଯାୟୀ ଅଗଷ୍ଟ ୨୩ ରେ ଚନ୍ଦ୍ର ଉପରେ ଏକ ଅବତରଣ କରିବ।

ଏହି ଅବସରରେ କେନ୍ଦ୍ରୀୟ ବିଜ୍ଞାନ ଏବଂ ପ୍ରଦ୍ୟୋଗିକ ମନ୍ତ୍ରୀ ଜିତେନ୍ଦ୍ର ପ୍ରସାଦ କହିଛନ୍ତି ଯେ, ଆମେ କିଛି ମଧ୍ୟରେ ଚନ୍ଦ୍ରର ନିକଟରେ ପହଞ୍ଚିବା । ଇସ୍ରୋର ବୈଜ୍ଞାନିକଙଯକ କହିବା ଅନୁସାରେ ଯଦି ସବୁକିଛି ଠିକ୍ ରହେ, ତେବେ ନିର୍ଦ୍ଧାରିତ ସମୟରେ ଲ୍ୟାଣ୍ଡର ଚନ୍ଦ୍ରରେ ପହଞ୍ଚିବ । ଏହି ସଫଳତା ପରେ ଆଗକୁ ଚନ୍ଦ୍ରକୁ ଯତ୍ରା ପାଇଁ ବାଟ ଫିଟିବ ।

Get real time updates directly on you device, subscribe now.