fbpx

ଦାରା ସିଂ ଅଭିନୀତ ‘ଏ ଟ୍ରିପ ଟୁ ମୁନ୍’ ର କାହାଣୀ ଆଜି ସତ ହୋଇଛି, ୫୬ ବର୍ଷ ପରେ ସତ ହେଲା କଳ୍ପନା

ନୂଆଦିଲ୍ଲୀ: ଚନ୍ଦ୍ରପୃଷ୍ଠରେ ସଫଳତାର ସହ ଅବତରଣ କରିଛି ଭାରତର ଚନ୍ଦ୍ରଯାନ-୩ । ଏହି ସଫଳତା ଭାରତକୁ ମହାକାଶ ଦୁନିଆରେ ଏକ ନୂଆ ପରିଚୟ ଦେଇଛି । ବିଶ୍ୱର ସବୁ ଦେଶ ଆଜି ଦେଖିଛନ୍ତି ଚନ୍ଦ୍ରରେ ଭାରତର ଜୟଯାତ୍ରାର କାହାଣୀ । କିନ୍ତୁ ବଲିଉଡରେ ଭାରତର ଏହି ଚନ୍ଦ୍ର ଅଭିଯାନକୁ ନେଇ ୧୯୬୭ରେ କଳ୍ପନା ଆରମ୍ଭ ହୋଇଯାଇଥିଲା ।

୧୯୬୭ରେ ପ୍ରଥମ ହିନ୍ଦୀ ଫିଲ୍ମ ନିର୍ମାଣ ହୋଇଥିଲା ଯେଉଁଥିରେ ଚନ୍ଦ୍ରରେ ମାନବ ପହଞ୍ଚିବା ଓ ଏଲିଅନଙ୍କ ଯୁଦ୍ଧର କାହାଣୀ ପ୍ରଦର୍ଶିତ ହୋଇଥିଲା । ଫିଲ୍ମର ନାମ ଥିଲା ‘ଚାନ୍ଦ ପର ଚଢାଇ’ । ନେଲ୍ ଆର୍ମଷ୍ଟ୍ରଙ୍ଗ ଚନ୍ଦ୍ରରେ ପାଦ ଦେବାର ୨ ବର୍ଷ ପୂର୍ବରୁ ଏହି ଫିଲ୍ମ ରିଲିଜ୍ ହୋଇଥିଲା । ଫିଲ୍ମଟି ଇଂରାଜୀରେ ମଧ୍ୟ ଏ ଟ୍ରିପ ଟୁ ମୁନ୍ ନାମରେ ରିଲିଜ୍ ହୋଇଥିଲା । ଏହି ଫିଲ୍ମରେ ଦାରା ସିଂ, ପଦ୍ମା ଖାନ୍ନା ଓ ହେଲେନ ଅଭିନୟ କରିଥିଲେ । ଏହାପରେ ବଲିଉଡ୍ ରେ ମହାକାଶ, ଚନ୍ଦ୍ର ଓ ଏଲିଅନକୁ ନେଇ ବହୁ ଫିଲ୍ମ ନିର୍ମାଣ ହୋଇସାରିଛି । ଫିଲ୍ମ ଜିରୋରେ ବି ଶାହରୁଖ ଖାନ୍ ମହାକାଶ ଯାତ୍ରା କରିଥିବାର ଦେଖାଯାଇଛି ।

Get real time updates directly on you device, subscribe now.