fbpx

ଚନ୍ଦ୍ରଯାନ-୩ କୁ ମିଳିବ ବିଶ୍ୱ ମହାକାଶ ସମ୍ମାନ: ଆନ୍ତର୍ଜାତିକ ମହାକାଶଚାରୀ ସଂଘରର ଘୋଷଣା

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩କୁ ବିଶ୍ୱ ମହାକାଶ ସମ୍ମାନରେ ସମ୍ମାନିତ କରାଯିବ। ଅନ୍ତର୍ଜାତୀୟ ମହାକାଶଚାରୀ ମହାସଂଘ ପକ୍ଷରୁ ପୁରସ୍କାର ଘୋଷଣା କରିଯାଇଛି । ଏହି ଚନ୍ଦ୍ରଯାନ-୩  ଐତିହାସିକ ସଫଳତା ଲାଭ କରିଛି ବୋଲି କହିଛନ୍ତି ମହାକାଶଚାରୀ ସଂଘ । ପ୍ରଥମଥର କରି ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହ ଚନ୍ଦ୍ରଯାନ-୩ ଅବତରଣ କରି ଇତିହାସରେ ପ୍ରଥମଥର ପାଇଁ ଭାରତର ନାଁ ଲିପିବଦ୍ଧ କରିଛି ।

ସୂଚନା ଅନୁସାରେ, ଇଟାଲୀର ମିଲାନରେ ଅକ୍ଟୋବର ୧୪ରେ ଆୟୋଜିତ ହେବାକୁ ଥିବା ୭୫ତମ ଅନ୍ତର୍ଜାତୀୟ ମହାକାଶଚାରୀ ସମ୍ମିଳନୀରେ ଚନ୍ଦ୍ରଯାନ ୩କୁ ଏହି ପୁରସ୍କାର ପ୍ରଦାନ କରାଯିବ। ଚନ୍ଦ୍ରଯାନ-୩ ଅଗଷ୍ଟ ୨୩, ୨୦୨୩ରେ ଚନ୍ଦ୍ରରେ ସଫଳତାର ସହ ଅବତରଣ କରିଥିଲା । ଯାହା ଭାରତୀଯ଼ମାନଙ୍କର ବହୁ ପ୍ରତିକ୍ଷାର ଅନ୍ତ ଘଟାଇ ସଫଳତାର ପାହାଚରେ ଚନ୍ଦ୍ରଯାନ-୩ ପାଦ ଥାପିଥିଲା ।

 

Get real time updates directly on you device, subscribe now.