fbpx

ଭାରତ ପାଇଁ ଗର୍ବର ବିଷୟ: ଚନ୍ଦ୍ରଯାନ-୩କୁ ମିଳିବ ‘ବିଶ୍ୱ ମହାକାଶ ପୁରସ୍କାର’

ନୂଆଦିଲ୍ଲୀ: ଭାରତର ଚନ୍ଦ୍ରଯାନ-୩ ବିଶ୍ୱର ପ୍ରଥମ ଦେଶ ଭାବେ ଚନ୍ଦ୍ରପୃଷ୍ଠର ଦକ୍ଷିଣ ଧ୍ରୁବ ନିକଟରେ ଅବତରଣ କରିଥିଲା । ଏହା ମଧ୍ୟରେ ଉକ୍ତ କାର୍ଯ୍ୟକ୍ରମକୁ ନେଇ ଭାରତକୁ ମିଳିଛି ପୁଣି ଏକ ବଡ଼ ସଫଳତା । ଚନ୍ଦ୍ରଯାନ-୩କୁ ଅନ୍ତରାଷ୍ଟ୍ରୀୟ ମହାକାଶ ମହାସଂଘ ଦ୍ୱାରା ‘ବିଶ୍ୱ ମହାକାଶ ପୁରସ୍କାର’ରେ ସମ୍ମାନିତ କରାଯିବ । ଭାରତ ବ୍ୟତୀତ ଆମେରିକା, ଋଷିଆ ଓ ଚୀନ ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡିଂ କରିବାର ଉପଲବ୍ଧି ହାସଲ କରିଛନ୍ତି ।

ଆସନ୍ତା ଅକ୍ଟୋବର ୧୪ ତାରିଖରେ ୭୫ତମ ଅନ୍ତରାଷ୍ଟ୍ରୀୟ ମହାକାଶ ଯାତ୍ରୀ ସମ୍ମିଳନୀର ଉଦଘାଟନ ଅବସରରେ ଏହି ପୁରସ୍କାର ପ୍ରଦାନ କରାଯିବ । ଚନ୍ଦ୍ରଯାନ-୩ ଗତବର୍ଷ ଅଗଷ୍ଟ ମାସରେ ଚନ୍ଦ୍ରପୃଷ୍ଠରେ ସଫଳତାର ସହ ଲ୍ୟାଣ୍ଡିଂ କରିଥିଲା । ଉକ୍ତ ସଫଳତାର ପାଖାପାଖି ୧ ବର୍ଷ ପରେ ଚନ୍ଦ୍ରଯାନ-୩ ପୁଣି ଥରେ ଏକ ସଫଳତା ହାସଲ କରିଛି । ଏନେଇ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ପ୍ରତିକ୍ରିୟା ଆସିଛି । ଭାରତୀୟ ବୈଜ୍ଞାନିକଙ୍କ ଜିଜ୍ଞାସା ଓ ଇଞ୍ଜିନିୟରଙ୍କ ଦକ୍ଷତା ପାଇଁ ଏହା ସମ୍ଭବ ହୋଇଛି । ଚନ୍ଦ୍ରଯାନ-୩ ଅନେକ ସଫଳତା ହାସଲ କରିଥିବା ବେଳେ ଭାରତ ମହାକାଶ ଓ ପରମାଣୁ କ୍ଷେତ୍ରରେ ମଧ୍ୟ ସଫଳତା ହାସଲ କରିଥିଲା ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.