fbpx

ରିଲାଏନ୍ସ ବୋର୍ଡ ଅଫ୍ ଡାଇରେକ୍ଟର୍ସରେ ପରିବର୍ତ୍ତନ; ବୋର୍ଡରୁ ବାଦ୍ ପଡିଲେ ନୀତା ଅମ୍ବାନୀ, ଜିଓ ଏୟାର ଫାଇବର ଲଞ୍ଚ ନେଇ ସୂଚନା ଦେଲେ ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ:ରିିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ୪୬ ତମ ବାର୍ଷିକ ବୈଠକ ଅପରାହ୍ନ ୨ ଟାରୁ ଆରମ୍ଭ ହୋଇଯାଇଛି । ବୈଠକରେ ମୁକେଶ ଅମ୍ବାନୀ ନିଜର ସମ୍ବୋଧନ ୧୫ ଅଗଷ୍ଟରେ ଲାଲକିଲ୍ଲାରୁ ଦିଆଯାଇଥିବା ପ୍ରଧାନମନ୍ତ୍ରୀଙ୍କ ସନ୍ଦେଶରୁ ଆରମ୍ଭ କରିଥିଲେ । ସେ କହିଛନ୍ତି ବିଶ୍ୱର ନେତୃତ୍ୱ ନେବାର କ୍ଷମତା ଭାରତର ରହିଛି । ସେ ଆହୁରି କହିଛନ୍ତି ଭାରତ କେବେ ଅଟକିବନି, ଥକିବନି କି ହାରିବ ନାହିଁ ।

ନିଜର ସମ୍ବୋଧନ ସେ ଚନ୍ଦ୍ରଯାନ ୩ ର ସଫଳତାରୁୁ ଆରମ୍ଭ କରିଥିଲେ । ଏହା ସହିତ ସେ କହିଥିଲେ ନୂଆ ରିଲାଏନ୍ସ ଭାରତର ବିକାଶରେ ଏହାର ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଦେବା ଲାଗି ପ୍ରତିବଦ୍ଧ । ଏହି ସମୟରେ ସେ କହିଛନ୍ତି ରିଲାଏନ୍ସ ବୋର୍ଡ ଅଫ୍ ଡାଇରେକ୍ଟର୍ସରେ ଈଶା, ଆକାଶ ଓ ଅନନ୍ତ ଅମ୍ବାନୀ ସାମିଲ ହେବେ ଏବଂ ନୀତା ଅମ୍ବାନୀ ବୋର୍ଡରୁ ବାଦ୍ ପଡିବେ । ଏହା ସହିତ ମୁକେଶ ଅମ୍ବାନୀ ଆହୁରି କହିଛନ୍ତି ଜିଓ ୫ଜି ଆମର ଆମର ଅର୍ଥବ୍ୟବସ୍ଥାରେ ସମସ୍ତ ବିଭାଗରେ ପରିବର୍ତ୍ତନ ଆଣିବାର କ୍ଷମତା ରଖିଛି । ଏଥିରେ ଶିକ୍ଷା, କୃଷି, ଶିଳ୍ପ ଓ ସ୍ୱାସ୍ଥ୍ୟସେବା ଆଦି ସାମିଲ ରହିଛି ।

ଏଠାରେ ସୂଚାଇ ଦିଆଯାଇପାରେ ଯେ, ଗଣେଶ ଚତୁର୍ଥୀ ଦିନ ଅର୍ଥାତ୍ ୧୯ ସେପ୍ଟେମ୍ବରରେ ଜିଓ ପକ୍ଷରୁ ଏୟାର ଫାଇବର ଲଞ୍ଚ କରାଯିବ । ଜିଓ ଏୟାର ଫାଇବର, ୫ଜି ନେଟୱାର୍କ ଓ ୱୟାରଲେସ୍ ଟେକ୍ନୋଲଜିର ଉପଯୋଗ କରି ଘର ଓ ଅଫିସରେ ୱୟାରଲେସ୍ ବ୍ରୋଡବ୍ରାଣ୍ଡ ସର୍ଭିସ ପ୍ରଦାନ କରିବ ।

Get real time updates directly on you device, subscribe now.