ଏଇଟା ବିମାନ ନା ଘର…ପ୍ରେମିକା ସହ ଝଗଡ଼ା କରି ଖୋଲିଦେଲେ ଏମରଜେନ୍ସି ଡୋର, ଜରୁରୀ ଅବତରଣ କଲା ବିମାନ
ଆମେରିକାର ବୋଷ୍ଟନର ଲୋଗାନ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଜରୁରୀ ଅବତର କଲା ଜେଟ୍ ବ୍ଲୁ ବିମାନ । ପ୍ରେମିକା ସହ ଝଗଡ଼ା କରି ଖୋଲିଦେଲେ ଏମରଜେନ୍ସି ଡୋର ।
ନୂଆଦିଲ୍ଲୀ: ବୋଷ୍ଟନର ଲୋଗାନ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଅଭାବନୀୟ ଘଟଣା । ପ୍ରେମିକ ସହିତ ଝଗଡା କରିବା ପରେ ବିମାନର ଏମରଜେନ୍ସି ଡୋର ଖୋଲିଦେଲେ ଯୁବକ ।
ଭୟରେ ଅନ୍ୟ ଯାତ୍ରୀମାନେ ଚିତ୍କାର କରିଥିଲ । ବିମାନଟି ଟେକ ଅଫ କରିବାକୁ ଯାଉଥିବା ବେଳେ ଆଞ୍ଜେଲ ଲୁଇସ ଟରେସ ମୋରାଲେସ ନାମକ ଜଣେ ଯାତ୍ରୀ ଏଭଳି କରିଥିଲେ ।
ଫୋନକୁ ନେଇ ବଚସା- ସୂଚନା ଅନୁସାରେ, ବିମାନଟି ଟେକଅଫ ପାଇଁ ପ୍ରସ୍ତୁତ ହୋଇ ରହିଥିବା ବେଳେ ହଠାତ୍ ଫୋନକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ଗଲଫ୍ରେଣ୍ଡ ଜଣକ ବୟଫ୍ରେଣ୍ଡର ମୋବାଇଲ ମାଗିଥିଲେ । କିନ୍ତୁ ପ୍ରେମିକ ଜଣକ ମୋବାଇଲ ଦେବା ପାଇଁ ମନା କରିଦେଇଥିଲା । ଏହାପରେ ପ୍ରେମିକା ଏବଂ ପ୍ରେମିକ ମଧ୍ୟରେ ବଚସା ହୋଇଥିଲା ।
ପ୍ରେମିକ ଜଣକ ନିଜ ରାଗକୁ ସମ୍ଭାଳି ପାରିନଥିଲେ । ଆଞ୍ଜେଲ ଲୁଇସ ବିମାନର କବାଟ ଖୋଲିବା ପାଇଁ ଚେଷ୍ଟା କରିଥିଲେ । ଏହାପରେ ଅନ୍ୟ ଯାତ୍ରୀମାନେ ଚିତ୍କାର କରିବା ସହିତ କବାଟ ବନ୍ଦ କରିଦେଇଥିଲେ ।
ଫଳରେ ବିମାନଟି ଜରୁରୀ ଅବତରଣ କରିଥିଲା । ଅନ୍ୟ ଏକ ବିମାନରେ ଯାତ୍ରୀମାନଙ୍କୁ ପଠାଯାଇଥିଲା । ଏହି ଘଟଣାରେ ପୋଲିସ ଆଞ୍ଜେଲକୁ ଗିରଫ ମଧ୍ୟ କରିଛି । ଜେଟ ବ୍ଲୁ ବିମାନରେ ଦେଖାଯାଇଥିଲା ଏହି ଘଟଣା ।