fbpx

ଗଡ଼ୁନି ରଥ, ବୁଡ଼ିଗଲା ରାସ୍ତା, ଭାସୁଛି ଗାଡ଼ି ମୋଟର… ସାମାନ୍ୟ ବର୍ଷାରେ ଇସ୍କନ୍ ମନ୍ଦିର ରାସ୍ତା ଉବୁଟୁବୁ

ଭୁବନେଶ୍ୱର: ଆଜି ପବିତ୍ର ରଥଯାତ୍ରା । ସକାଳୁ ରାଜଧାନୀ ଭୁବନେଶ୍ୱରରେ ପ୍ରବଳ ଗରମ ଅନୁଭୂତ ହେଉଥିବା ବେଳେ ମଧ୍ୟାହ୍ନରେ ସାମାନ୍ୟ ବର୍ଷା ହୋଇଛି । କିନ୍ତୁ ଏହି ସାମାନ୍ୟ ବର୍ଷା ଭୁବନେଶ୍ୱରର ଇସ୍କନ୍ ମନ୍ଦିରରେ ସ୍ଥିତି ବେହାଲ କରିଛି । ମଧ୍ୟାହ୍ନରେ ଅଳ୍ପ ବର୍ଷା ହୋଇଥିବା ବେଳେ ରାଜଧାନୀର ଇସ୍କନ୍ ମନ୍ଦିର ନିକଟରେ ବର୍ଷା ପାଣି ଢେଉ ଖେଳୁଛି । ଏଠାକାର ସ୍ଥିତି ଦେଖିଲେ ଏହା ଏକ ଛୋଟିଆ ବନ୍ୟ।।ର ଭ୍ରମ ସୃଷ୍ଟି କରୁଛି । ଇସ୍କନ୍ ମନ୍ଦିରରେ ରଥଯାତ୍ରା ଅନୁଷ୍ଠିତ ହେବା ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିବା ବେଳେ ଏହି ବର୍ଷା ପାଇଁ ଫିକା ପଡ଼ିଛି ରଥଟଣା । ରାସ୍ତାରେ ଥିବା ସମସ୍ତ ଗାଡ଼ି ମୋଟର ଯାନବାହନ ମଧ୍ୟ ବର୍ଷା ପାଣିରେ ବୁଡ଼ି ଯାଇଥିବା ଦେଖିବାକୁ ମିଳିଛି । ପାଣିର ସୁଅ ଚାଲିଥିବାରୁ ରଥଟଣା କାର୍ଯ୍ୟକ୍ରମ ମଧ୍ୟ ଅଟକି ରହିଛି । ତେବେ ସାମାନ୍ୟ ବର୍ଷାରେ ଏଠାରେ ଜଟିଳ ପରିସ୍ଥିତି ପାଇଁ ଯାତାୟତ କରୁଥିବା ଲୋକେ ମଧ୍ୟ ଚିନ୍ତାରେ ପଡ଼ିଛନ୍ତି ।

Get real time updates directly on you device, subscribe now.