Ghibli Style ଫଟୋ ପାଇଁ ଡାଉନ୍ ହେଲା ChatGPT, ସାମ୍ ଅଲ୍ଟମ୍ୟାନଙ୍କର ବଢିଲା ସମସ୍ୟା
ChatGPT Down: ଜାଣନ୍ତୁ କାରଣ
ନୂଆଦିଲ୍ଲୀ: ବର୍ତ୍ତମାନ ସୋସିଆଲ ମିଡିଆରେ ଛାଇଯାଇଛି Ghibli Style। ଆପଣଙ୍କୁ ଚାରିଆଡେ ଦେଖିବାକୁ ମିଳିବ Ghibli Style। ସମସ୍ତେ ନିଜ ଫଟୋକୁ Ghibli Style ରେ ପ୍ରସ୍ତୁତ କରି ଅପଲୋଡ କରିବାରେ ଲାଗିଛନ୍ତି।
ଦିନକୁ ଦିନ ଏହା ଟ୍ରେଣ୍ଡ ହୋଇ ଖୁବ ଲୋକପ୍ରିୟତା ହାସଲ କରିଛି। ହେଲେ ଏହି କାରଣ ପାଇଁ ଓପେନଏଆଇ କମ୍ପାନୀର ମାଲିକ ସାମ ଅଲ୍ଟମ୍ୟାନ ଅସୁବିଧାରେ ପଡିଛନ୍ତି।
chatgpt-down-globally-because-of-ghibli-style
ଏଆଇ ପ୍ଲାଟଫର୍ମ ChatGPT ସାରା ଦୁନିଆରେ ଡାଉନ ହୋଇଯାଇଛି। ଅନେକ ୟୁଜର୍ସ ଏହାକୁ ଆକ୍ସେସ କରିପାରୁନାହାନ୍ତି। ୟୁଜର୍ସ ଷ୍ଟୁଡିଓ Ghibli Style ଆନିମେଟେଡ ଫଟୋ କରିବାରେ ଚାଟବୋଟର ଖୁବ ବ୍ୟବହାର କରିସାରିଛନ୍ତି। ଏହି କାରଣ ପାଇଁ ଚାଟଜିପିଟି GPUs ଉପରେ ପ୍ରଭାବ ପଡିଛି।
it’s super fun seeing people love images in chatgpt.
but our GPUs are melting.
we are going to temporarily introduce some rate limits while we work on making it more efficient. hopefully won’t be long!
chatgpt free tier will get 3 generations per day soon.
— Sam Altman (@sama) March 27, 2025