ପୁରୀ,(ଓଡ଼ିଶା ଭାସ୍କର): ଜୁନ୍ ୨୪ ତାରିଖରେ ମହାପ୍ରଭୁଙ୍କ ଦେବସ୍ନାନ ଯାତ୍ରା ଅନୁଷ୍ଠିତ ହେବ । ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମାର ରୂପରେଖ ଏବଂ ନୀତି ନିର୍ଘଣ୍ଟ ଉପରେ ଆଲୋଚନା ପାଇଁ ରବିବାର ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ବସିବ ।
ୱେବିନାରରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ପରିଚାଳନା କରିବେ । ଛତିଶା ନିଯୋଗ ପରିପ୍ରେକ୍ଷୀରେ ପୁରୀ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ପରିଚାଳନା କମିଟିର ଉପମୁଖ୍ୟ ପ୍ରଶାସକ ସମର୍ଥ ବର୍ମା ବିଭିନ୍ନ ସେବାୟତ ଗୋଷ୍ଠୀ ସହ ସ୍ନାନଯାତ୍ରା ପ୍ରସ୍ତୁତି, ରୂପରେଖ ତଥା ନୀତି ନିର୍ଘଣ୍ଟ ଉପରେ ଆଲୋଚନା କରିବେ ବୋଲି ଖବର ମିଳିଛି