fbpx
BSKY
BJD YOUTH SKY
BJD MS SKY

ଆଛନ୍ଦ ଗ୍ରାମରୁ ୧୨ ଫୁଟର ଅଜଗର ଉଦ୍ଧାର, କପିଳାସ ରେଞ୍ଜ ଜଙ୍ଗଲରେ ଛାଡିଲା ବନ ବିଭାଗ

ଢେଙ୍କାନାଳ (ଓଡ଼ିଶା ଭାସ୍କର): ଢେଙ୍କାନାଳ ଜିଲ୍ଲା ସଦର ବ୍ଳକ ଅନ୍ତର୍ଗତ ଆଛନ୍ଦ ଗ୍ରାମରୁ ଶନିବାର ଏକ ୧୨ ଫୁଟ ଲମ୍ବର ଅଜଗର ଉଦ୍ଧାର ପରେ ତାକୁ କପିଳାସ ରେଞ୍ଜ ଜଙ୍ଗଲରେ ଛାଡିଦିଆ ଯାଇଥିବାର ଜଣାପଡିଛି ।

ସୂଚନା ଅନୁଯାୟୀ ଦିବସାହୁ ନାମକ ଜଣେ ବ୍ୟକ୍ତି ନିଜ ଜାଗାରେ ଜେସିବି ସାହାଯ୍ୟରେ ମାଟି ଖୋଳୁଥିବା ସମୟରେ ଏକ ଅଜଗରର ଫୁକ୍ରାର ଶୁଣିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ ଏ ସମ୍ପର୍କରେ ଢେଙ୍କାନାଳ ବନ୍ୟ ଫାଉଣ୍ଡେସନ ଟିମର ସହଯୋଗ ଲୋଡିଥିଲେ । ସୂଚନା ପାଇ ବନ୍ୟ ଫାଉଣ୍ଡେସନର ଶେକ ଲାଲୁ, ପପୁନ ଦାସ, କାହ୍ନୁଚରଣ ଦାସ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଦୀର୍ଘ ୨ ଘଣ୍ଟା ଉଦ୍ୟମ ପରେ ଏକ ୧୨ ଫୁଟ ଲମ୍ବର ଅଜଗରକୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ । ଉଦ୍ଧାରକାରୀ ଟିମ ବନ ବିଭାଗକୁ ସୂଚନା ଦେଇ ଉଦ୍ଧାର ଅଜଗରକୁ କପିଳାସ ଜଙ୍ଗଲରେ ଛାଡି ଦେଇଥିବାର ଜଣାପଡିଛି ।

Get real time updates directly on you device, subscribe now.