fbpx

ଓଡ଼ିଶା ଆସିବେ ଚିତା: ବଦଳରେ ନନ୍ଦନକାନନରୁ ଯିବେ ଏହି ପ୍ରାଣୀ

Advertisement

ଭୁବନେଶ୍ୱର: ୭୦ ବର୍ଷ ପରେ ଭାରତକୁ ଚିତା ବାଘ ଫେରିବା ପରେ ଏହାକୁ ନେଇ ଦେଶବାସୀ ଉତ୍ସାହିତ ଅଛନ୍ତି। ଏହାରୀ ଭିତରେ ଖବର ଓଡ଼ିଶାର ନନ୍ଦନକାନନକୁ ଆସି ପାରନ୍ତି ଚିତା ବାଘ। ଦୁବାଇରୁ ଓଡ଼ିଶାକୁ ଦୁଇ ଆଫ୍ରିକୀୟ ଚିତା ଆସିବେ ବୋଲି ଜଣା ପଡିଛି। ଏଥିପାଇଁ ନନ୍ଦନକାନନ ପକ୍ଷରୁ ଆଣିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଏତେ ବର୍ଷ ପରେ ଦେଶକୁ ଚିତା ଅଣାଯିବା ପରେ ଏବେ ଚିତା ବାଘ ପ୍ରତି ଲୋକଙ୍କ ଆଗ୍ରହ ବଢିଛି। ଏଣୁ ଆସନ୍ତା ୬ ମାସ ମଧ୍ୟରେ ଚିତା ଆଣିବାକୁ ଯୋଜନା କରୁଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ। ନନ୍ଦନକାନନର ଜଳବାୟୁରେ ଚିତା ରହିପାରିବ। ହେଲେ ଯଦି ଵଂଶ ବୃଦ୍ଧି ନ ହୁଏ ତେବେ ଚିତା ଆଣିବା ବିଫଳ ହେବ ବୋଲି ବିଶେଷଜ୍ଞ କହିଛନ୍ତି। ଏଣୁ ଦୁବାଇ ସଫାରିରୁ ଏକ୍ସପର୍ଟ ମାନେ ସବୁ ବୁଝି ଚିତା ଆଣିବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ।

ଦୁବାଇ ସଫାରି ପାର୍କରୁ ଦୁଇଟି ଚିତା ବାଘ ଅଣାଯିବ। ଗୋଟିଏ ମାଈ ଓ ଗୋଟିଏ ଅଣ୍ଡିରା ଚିତା ଆଣିବାକୁ ରହିଛି ଯୋଜନା। ପୂର୍ବରୁ ନନ୍ଦନକାନନରେ କେବେ ଚିତା ବାଘ ନଥିଲା। ହେଲେ ଚିତା ବାଘ ଆସିଲେ ଲୋକଙ୍କର ନନ୍ଦନକାନନ ପ୍ରତି ଆଗ୍ରହ ବଢିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି।ବି ଦୁବାଇରୁ ଚିତା ବାଘ ଆସିଲେ କିଭଳି ରହିବ, କେତେ ଖର୍ଚ୍ଚ ହେବ ଓ ଟ୍ରାନ୍ସପୋର୍ଟ ଚାର୍ଜକୁ ନେଇ ଆଲୋଚନା ହୋଇଛି। ପ୍ରସ୍ତାବ ପରେ ସେଣ୍ଟ୍ରାଲ ଜୁ ଅଥରୀଟି ଓ ଫରେନ ଜୁ ଅଥରିଟି ମଞ୍ଜୁରୀ ପରେ ଆସିବେ ଦୁଇ ଚିତା। ପ୍ରାୟ ୬ ମାସ ଭିତରେ ଚିତା ବାଘ ଆସିବା ନେଇ ନନ୍ଦନକାନନ ଉପ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ନନ୍ଦନକାନନକୁ ଯେ କେବଳ ଚିତା ବାଘ ଆସିବ ତା ନୁହେଁ ଦୁବାଇ ସଫାରିରୁ ଏକା ସହ ଦୁଇ ଚିତା, ୩ ଧଳା ସିଂହ ଓ ଦୁଇ ସିପାଞ୍ଜି ଆସିବ। ବଦଳରେ ନନ୍ଦନକାନନରୁ ଯିବ ହିପୋପୋଟାମସ, ମଣିପୁରୀ ମୃଗ ଓ କୃଷ୍ନସାର।

ଚିତା ପାଇଁ ନନ୍ଦନକାନନରେ ସ୍ୱତନ୍ତ୍ର ଏନକ୍ଲୋଜର ବା ଖୁଆଡ଼ ରହିବ। ତାପମାତ୍ରା କିଭଳି ରହିବା ଦରକାର, ଖାଦ୍ୟ କେତେ ଓ କିଭଳି ରହିବ ସେଥିପ୍ରତି ମଧ୍ୟ ଖାସ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଯଦିଓ ନନ୍ଦନକାନନ ଭିତରେ ସେହିଭଳି ପରିବେଶ ସୃଷ୍ଟି କରିହେବ କିନ୍ତୁ ଚିତା ବାଘ ପାଇଁ ହଜାରେ ବର୍ଗ କିଲୋମିଟର ଜଙ୍ଗଲ ମଧ୍ୟ କମ ପଡିବ। ସବୁଠାରୁ ଅଧିକ ଶକ୍ତିଶାଳୀ ଓ ତୀବ୍ର ଗତିରେ ଦୌଡ଼ି ପାରୁଥିବା ଜୀବକୁ ଏନକ୍ଲୋଜରରେ ରଖିବା କଷ୍ଟକର ହୋଇପାରେ। ଏହା ସହ ପ୍ରଶସ୍ତ ଚାରଣ ଭୂଇଁ ଦରକାର। ଆଫ୍ରିକା ଭଳି ସଫାରିରେ ୫ହଜାର ବର୍ଗ କିଲୋମିଟର ଜଙ୍ଗଲରେ ଦୌଡୁଥିବା ଚିତା ଏଠି କିଭଳି ରହିବ ତାହା ବଡ଼ କଥା।

Get real time updates directly on you device, subscribe now.