fbpx

ସେଫ୍ ସଞ୍ଜୀବ କପୁରଙ୍କ ୟୁଟ୍ୟୁବ୍ ଚ୍ୟାନେଲ ହ୍ୟାକ୍, Bitcoinର ଭିଡିଓ ଅପଲୋଡ କଲା ହ୍ୟାକର

ନୂଆଦିଲ୍ଲୀ: ଦେଶ ଦୁନିଆରେ ଲୋକପ୍ରିୟ ସେଫ୍ ସଞ୍ଜୀବ କପୁରଙ୍କ ୟୁଟ୍ୟୁବ ଚ୍ୟାନେଲ ହ୍ୟାକ୍ ହୋଇଛି । ଟ୍ୱିଟରରେ ସଞ୍ଜୀବ କପୁର ଏହାର ସୂଚନା ଦେବା ସହ କହିଛନ୍ତି ଯେ, ମୋର ଚ୍ୟାନେଲ Sanjeev Kapoor Khazana ହ୍ୟାକ୍ ହୋଇଛି । ସଞ୍ଜୀବ କପୁରଙ୍କ ଏହି ୟୁଟ୍ୟୁବ ଚ୍ୟାନେଲରେ ୭.୮୨ ମିଲିୟନ୍ ବା ୬୮ ଲକ୍ଷ ସବ୍ସକ୍ରାଇବର ଅଛନ୍ତି । ବର୍ତ୍ତମାନ ଟେକ୍ନିକାଲ ଟିମ୍ ଏହ ଉପରେ କାମ କରୁଛି ।

ତେବେ ସେଫ୍ ସଞ୍ଜୀବ କପୁର ନିଜ ୟୁଟ୍ୟୁବ ଚ୍ୟାନେଲ Sanjeev Kapoor Khazanaର ଶୁଭାରମ୍ଭ ୨୦୧୯ ଜୁଲାଇ ୨୯ରୁ କରିଥିଲେ । ଏହି ଚ୍ୟାନେଲରେ ସେ ନୂଆ ନୂଆ ଡିସର ଭିଡିଓ ଅପଲୋଡ କରନ୍ତି । ସଞ୍ଜିବ କପୁର ଖାଜାନା ମଧ୍ୟ ବହୁତ ଲୋକପ୍ରିୟ ୟୁଟ୍ୟୁବ ଚ୍ୟାନେଲ ଓ ତାଙ୍କର ୬୮ ଲକ୍ଷ ସବ୍ସକ୍ରାଇବର ଅଛନ୍ତି ।

ହ୍ୟାକର ସଞ୍ଜୀବ କପୁରଙ୍କ ନାଁ ପରିବର୍ତ୍ତନ କରି Microstrategy Bitcoin କରିଦେଇଛି । ଏହା ବ୍ୟତୀତ ୩ଟି ଲାଇଭ ଷ୍ଟ୍ରିମିଂ ଭିଡିଓ ଅପଲୋଡ଼ କରିଛି, ଯାହାକି ବିଟକଏନ ସହ ଜଡ଼ିତ ।

Get real time updates directly on you device, subscribe now.