ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରସାୟନ ବିଜ୍ଞାନ (କେମିଷ୍ଟ୍ରି) ଅଧ୍ୟାପକ ପଦରେ ନିଯୁକ୍ତିକୁ ନେଇ ଆସିଛି ଏକ ବଡ଼ ଖବର । ଆସନ୍ତା ୩ ତାରିଖରେ ରସାୟନ ବିଜ୍ଞାନ ଅଧ୍ୟାପକ ପଦ ପାଇଁ ଡକ୍ୟୁମେଣ୍ଟ ଯାଞ୍ଚ ଓ ସାର୍ଟିଫିକେଟ ଭେରିଫିକେସନ ହେବ । ପ୍ରାର୍ଥୀମାନେ ସକାଳ ୮ଟା ସମୟରେ କଟକର ପରିଡ଼ା ରୋଡ଼ ସ୍ଥିତ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି)ର କାର୍ଯ୍ୟାଳୟରେ ରିପୋର୍ଟିଂ କରିବେ । ୮.୩୦ରେ ପ୍ରଥମ ପର୍ଯ୍ୟାୟ ଓ ୧୨.୩୦ରେ ଦ୍ୱିତୀୟ ପର୍ଯ୍ୟାୟ ଡକ୍ୟୁମେଣ୍ଟ ଯାଞ୍ଚ କରାଯିବ । ସେହିପରି ୧୦.୩୦ରେ ପ୍ରଥମ ପର୍ଯ୍ୟାୟ ଓ ୨.୩୦ରେ ଦ୍ୱିତୀୟ ପର୍ଯ୍ୟାୟ ସାକ୍ଷାତକାର ନିଆଯିବ ।
ପ୍ରାର୍ଥୀମାନେ ସାଙ୍ଗରେ ନିଜ ନିଜର ସମସ୍ତ ଓରିଜିନାଲ ଡକ୍ୟୁମେଣ୍ଟ ନେବାକୁ କୁହାଯାଇଛି । ଆପ୍ଲିକେସନ ଫର୍ମର ହାର୍ଡ କପି, ଆଟେଷ୍ଟେସନ ଫର୍ମ ଓ ବାଓ-ଡାଟା ଫର୍ମ, ମାଟ୍ରିକ ସାର୍ଟିଫିକେଟ, ଯୁକ୍ତଦୁଇ ସାର୍ଟିଫିକେଟ ଏଭଳି ୯ ପ୍ରକାର ସାର୍ଟିଫିକେଟ ପ୍ରାର୍ଥୀଙ୍କୁ ଦାଖଲ ସାଙ୍ଗରେ ନେବାକୁ ପଡ଼ିବ । ଏନେଇ ଓପିଏସସି ତରଫରୁ ଏକ ପ୍ରୋଗ୍ରାମ ଜାରି କରାଯାଇଛି । ପ୍ରାର୍ଥୀମାନେ ଅଫିସିଆଲେ ୱେବସାଇଟକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।