ଆଜି ଜମ୍ମୁ-କଶ୍ମୀର ଯିବେ ପ୍ରଧାନମନ୍ତ୍ରୀ, ଉଦ୍ଘାଟନ ହେବ ଚେନାବ ସେତୁ

ଶ୍ରୀନଗର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଚେନାବ ସେତୁ ଲୋକାର୍ପଣ କରିବେ । ଏଥିସହ ୪୬୦୦୦ କୋଟିର ପ୍ରୋଜେକ୍ଟର ଶିଳାନ୍ୟାଶ କରିବାର କାର୍ଯ୍ୟକ୍ରମ ରହିଛି ।

ଉଦ୍ଧମପୁର- ଶ୍ରୀନଗ- ବାରମୁଲା ରେଳ ଲିଙ୍କ (ୟୁଏସବିଆରଏଲ୍) ଅନ୍ତର୍ଗତ ଚେନାବ ସେତୁ ନିର୍ମାଣ କରାଯାଇଛି । ବିଶ୍ୱର ସବୁଠାରୁ ଉଚ୍ଚତମ ସେତୁ ବୋଲି କୁହାଯାଛି, ଯାହା ଭୂପୃଷ୍ଠରୁ ୩୫୯ ମିଟର ଉଚ୍ଚତାରେ ନିର୍ମାଣ କରାଯାଇଛି ।

କେନ୍ଦ୍ର ସରକାର ୟୁଏସବିଆରଏଲକୁ ଦେଶର ସବୁଠୁ ଉଚ୍ଚଆକାକ୍ଷୀ ପ୍ରୋଜେକ୍ଟ ଭାବେ ଅବିହିତ କରିଛନ୍ତି ।

ପହଲଗାମ ଆକ୍ରମଣ ପରେ ଆଜି ପ୍ରଥମ ଥର ମୋଦି ଜମ୍ମୁ-କଶ୍ମୀର ଗସ୍ତ କରିବେ । ମୋଦିଙ୍କ ଗସ୍ତ ନେଇ ସ୍ଥାନୀୟ ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।