fbpx

ମୁମ୍ବାଇ ବିପକ୍ଷ ମ୍ୟାଚ ପୂର୍ବରୁ ଚେନ୍ନାଇ ଖେଳିଲା ମାଷ୍ଟର ପ୍ଲାନ: ଦଳରେ ଯୋଡି ହେଲେ ଜୁନିୟର ମାଲିଙ୍ଗା

Advertisement

ମୁମ୍ବାଇ: ୬ଟି ମ୍ୟାଚରେ ୫ଟିରେ ପରାଜୟ ମିଳିବା ପରେ ବି ଚେନ୍ନାଇ ପାଇଁ ଆସିଛି ଏକ ଖୁସି ଖବର । ପ୍ରଥମ ମ୍ୟାଚରେ ଆହତ ଆଡାମ ମିଲନେଙ୍କ ସ୍ଥାନରେ ଜଣେ ନୂଆ ଦ୍ରୁତ ବୋଲର ଦଳରେ ସାମିଲ କରିଛି ଚେନ୍ନାଇ ସୁପର କିଙ୍ଗସ । ଆଜି ମୁମ୍ବାଇ ବିପକ୍ଷ ମ୍ୟାଚ ପୂର୍ବରୁ ଚେନ୍ନାଇ ଦଳରେ ଏହି ପରିବର୍ତ୍ତନ କରିଛି । ଆହତ ସମସ୍ୟାରୁ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଥିବା ଆଡାମ ମିଲନେଙ୍କ ବଦଳରେ ଶ୍ରୀଲଙ୍କାର ଜୁନିୟର ମାଲିଙ୍ଗାଙ୍କୁ ସାଇନ କରିଛି ସିଏସକେ ।

WATCH: Matheesha Pathirana bowls 175kmph delivery in U-19 Cricket World Cup  match between India and Sri Lanka - The SportsRush

ଚଳତ ସିଜନର କୋଲକାତା ବିପକ୍ଷ ପ୍ରଥମ ମ୍ୟାଚରେ ଆହତ ହୋଇ ଦଳରୁ ବାଦ ପଡିଥିଲେ ଚେନ୍ନାଇର ଷ୍ଟାର ବୋଲର ଆଡାମ ମିଲନେ । ଏହାପରେ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରୁ ମଧ୍ୟ ସେ ବାଦ ପଡିଛନ୍ତି । ତେବେ ତାଙ୍କ ସ୍ଥାନରେ ଶ୍ରୀଲଙ୍କାର ୧୯ ବର୍ଷୀୟ ଦ୍ରୁତ ବୋଲର ମଥିଶା ପଥିରାନାଙ୍କୁ ଦଳରେ ସାମିଲ କରିଛି । ଅଣ୍ଡର-୧୯ ବିଶ୍ୱକପରେ ଧୂଆଁଦାର ବୋଲିଂ ଏବଂ ଏକ ଭିନ୍ନ ଆକ୍ସନ ପାଇଁ ତାଙ୍କ ବଲକୁ ବୁଝିବା ବ୍ୟାଟ୍ସମ୍ୟାନଙ୍କ ପକ୍ଷରେ କଷ୍ଟକର ହୋଇପଡିଥାଏ ।

ମାଲିଙ୍ଗାଙ୍କ ବୋଲିଂ ଆକ୍ସନ ସହିତ ତାଙ୍କ ଆକ୍ସନ ମେଳ ଖାଉଥିବାରୁ ମଥୀଶା ପଥିରାନାଙ୍କୁ ଦଳର ଜୁନିୟର ମାଲିଙ୍ଗା ବୋଲି ମଧ୍ୟ କୁହାଯାଏ । ତେବେ ଚେନ୍ନାଇ ପାଇଁ ଚଳିତ ସିଜନରେ ବୋଲିଂ ଏକ ଦୁର୍ବଳ ଅଂଶ ରହିଥିବା ବେଳେ ମଥୀଶା ଏହାକୁ ଦୂର କରିବେ ବୋଲି ଆଶା ରଖିଛନ୍ତି ଚେନ୍ନାଇ ଟିମ ମ୍ୟାନେଜମେଣ୍ଟ ଏବଂ ପ୍ରଶଂସକ ।

Get real time updates directly on you device, subscribe now.