ମାଲକାନଗିରି (ଓଡ଼ିଶା ଭାସ୍କର): :ମାଲକାନଗିରି ଜିଲ୍ଲାରେ ଶିକ୍ଷାର ଭିତ୍ତିଭୂମିକୁ ସୁଦୁଢ କରିବା ପାଇଁ ରାଜ୍ୟ ସରକାର ୫ଟି ମାଧ୍ୟମରେ ମୋ ସ୍କୁଲ ଅଭିଯାନରେ ଜିଲ୍ଲାରେ ୬ଟି ମଡେଲ ସ୍କୁଲ ନିର୍ମାଣ କରିଥିବା ବେଳେ ଆଜି ସେଗୁଡିକର ଶୁଭ ଉଦଘାଟନ ହୋଇଯାଇଛି । ଭିଡିଓ କନଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭ ଉଦଘାଟନ କରିଥିବା ବେଳେ ଛାତ୍ର ଛାତ୍ରୀ ଏବଂ ଅବିଭାବକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଶିକ୍ଷାର ବିକାଶ ପାଇଁ ରାଜ୍ୟ ସରକାର ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଥିବା ୬ ଟି ସରକାରୀ ଉଚ୍ଚ ବିଦ୍ୟାଳୟ ଯଥା ମାଲକାନଗିରି ବାଳିକା ଉଚ ବିଦ୍ୟାଳୟ, କାଲିମେଳା ସରକାରୀ ଉଚ ବିଦ୍ୟାଳୟ, ଚିତ୍ରକୋଣ୍ଡା ଉଚ ବିଦ୍ୟାଳୟ, ଖଇରପୁଟ ଉଚ ବିଦ୍ୟାଳୟ, ମାଥିଲି ଉଚ ବିଦ୍ୟାଳୟ ଓ ପଡିଆ ଉଚ ବିଦ୍ୟାଳୟକୁ ଚୟନକରି ସେଗୁଡିକୁ ମଡେଲ ବିଦ୍ୟାଳୟର ରୂପରେଖ ଦେବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । ଯୋଜନା ଅନୁଯାୟୀ ଏହି ମଡେଲ ବିଦ୍ୟାଳୟ ଗୁଡିକ ଏଭଳି କରାଯାଇଛି ଯେ ତାହା ଉନ୍ନତ ମାନର ବେସରକାରୀ ବିଦ୍ୟାଳୟ ଗୁଡିକ ଏହା ନିକଟରେ ତୁଚ୍ଛ ପରିଲିଖିତ ହେଉଛି ।
ଏହି ମଡେଲ ବିଦ୍ୟାଳୟ ଗୁଡିକରେ ଉନ୍ନତ ମାନର ଶ୍ରେଣୀ ଗୃହ, ଅତ୍ୟାଧୁନିକ ପ୍ରୟୋଗ ସାଳା, ସୁନ୍ଦର ବଗିଚା ସହ ଚିତାକର୍ଷକ ଚିତ୍ର ଓ ବିଭିନ ପ୍ରତିମା ମାନ ଏଠାରେ ସ୍ଥାପନ କରାଯାଇଛି । ଏତଦ ବ୍ୟତୀତ ବିଦ୍ୟାଳୟର ପ୍ରତି ଶ୍ରେଣୀ ଗୃହକୁ ଡିଜିଟାଲ ରୂପ ରେଖ ଦିଆ ଯାଇଥିବା ବେଳେ ଛାତ୍ର ଛାତ୍ରୀଙ୍କ ନିମନ୍ତେ ଅଧିକ ଜ୍ଞାନ ଆହରଣ ପାଇଁ ଉନ୍ନତ ମାନର ଲାଇବ୍ରେରିର ମଧ୍ୟ ବ୍ୟବସ୍ତା କରାଯାଇଛି ।ଜିଲ୍ଲାର ଏହି ୬ ଟି ମଡେଲ ବିଦ୍ୟାଳୟ ଗୁଡିକ ସମ୍ପୂର୍ଣରୂପେ ରୂପାନ୍ତରିତ ହୋଇଥିବା ବେଳେ ଏହାକୁ ଭିଡିଓ କନଫରେନ୍ସ ମାଧ୍ୟମରେ ମୁଖ୍ୟ ମନ୍ତ୍ରୀ ଉଦଘାଟନ କରିଛନ୍ତି । ଏହି ଅବସରରେ ୫ଟି ସଚିବ ଭିକେ ପାଣ୍ଡିଆନ ମଧ୍ୟ ଭିଡିଓ କନଫରେନ୍ସ ମାଧ୍ୟମରେ ଯୋଡି ହୋଇଥିବା ବେଳେ ମାଲକାନଗିରି ସଦର ମହକୁମା ସ୍ଥିତ ସରକାରୀ ବାଳିକା ବିଦ୍ୟାଳୟ ପରିସରରେ ମାଲକାନଗିରି ସାଂସଦ ରମେଶ ଚନ୍ଦ୍ର ମାଝି, ଜିଲ୍ଲାପାଳ ବିଶାଳ ସିଂ, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ ଚନ୍ଦ୍ର ବାକା ଏବଂ ବାଳିକା ବିଦ୍ୟାଳୟର ଛାତ୍ରୀ ପାପୁନି ମାଣ୍ଡି ପ୍ରମୁଖ ମଞ୍ଚାସୀନ ଥିଲେ ।ବର୍ତ୍ତମାନର ଏହି ମଡେଲ ବିଦ୍ୟାଳୟ ଗୁଡିକ ଛାତ୍ର ଛାତ୍ରୀଙ୍କୁ ଶିକ୍ଷା କ୍ଷେତ୍ରରେ ଆକୃଷ୍ଟ କରିବାରେ ସହାୟକ ହୋଇପାରିବ ବୋଲି ପୂର୍ବତନ ଛାତ୍ର ଛାତ୍ରୀ ମାନେ ପ୍ରକାଶ କରିଛନ୍ତି । ସେହିପରି ଏହି ମଡେଲ ବିଦ୍ୟାଳୟ ଗୁଡିକର ପରିବେଶ ଏବଂ ନୂତନ ଶିକ୍ଷାଦାନ ଶୈଳୀ ଯୋଗୁଁ ଡ୍ରପ ଆଉଟ ସଂଖ୍ୟା କମିବା ସହ ଶ୍ରେଣୀ ଗୁଡିକରେ ଛାତ୍ର ଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ବିଦ୍ୟାଳୟ ଶିକ୍ଷକ ଶିକ୍ଷୟତ୍ରି ମାନେ ପ୍ରକାଶ ରଖିଛନ୍ତି ।
Prev Post