ପିଏମ ମୋଦୀ ଏବଂ ଜେପି ନଡ୍ଡାଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ରାଜ୍ୟର ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ନେଇ କଲେ ଗୁରୁତ୍ବପୂର୍ଣ୍ଣ ଆଲୋଚନା
ନୂଆଦିଲ୍ଲୀ: ଆଜି NITI ଆୟୋଗ ବୈଠକ ବସିଥିଲା। ନିତି ଆୟୋଗ ବୈଠକରେ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଜେପି ନଡ୍ଡାଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ
ମୋହନ ଚରଣ ମାଝୀ। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ନଡ୍ଡାଙ୍କ ସହ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ଏହି ସମୟରେ ସେ ରାଜ୍ୟର ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ନେଇ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରିଛନ୍ତି। ଓଡ଼ିଶାରେ ସାର୍ବଜନୀନ ସ୍ବାସ୍ଥ୍ୟ ସୁରକ୍ଷା ପ୍ରତି ପ୍ରତିବଦ୍ଧତା ଉପରେ ଗୁରୁତ୍ବ ଦିଆଯାଇଛି।
ଦୁର୍ଗମ ଅଞ୍ଚଳରେ ମେଡିକାଲ ଭିତ୍ତିଭୂମି ଏବଂ ଡାକ୍ତରୀ ଶିକ୍ଷା ଉପରେ ଆଲୋଚନା କରାଯାଇଛି ।