‘ନ୍ୟାୟ ପାଇବେ ନେପାଳୀ ଛାତ୍ରୀ’, ନେପାଳୀ ଛାତ୍ରଛାତ୍ରୀଙ୍କୁ ଅପିଲ କଲେ ମୁଖ୍ୟମନ୍ତ୍ରୀ
କ୍ୟାମ୍ପସକୁ ଫେରିବା ପାଇଁ ନେପାଳୀ ଛାତ୍ରଛାତ୍ରୀଙ୍କୁ ଅପିଲ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଭୁବନେଶ୍ୱର: କିଟ୍ ନେପାଳୀ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ନେପାଳ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କାଉନସେଲର ସଞ୍ଜୀବ ଦାସଶର୍ମା, ନବୀନରାଜ ଅଧିକାରୀଙ୍କ ସହ ସେ କଥା ହୋଇଛନ୍ତି।
ଏଥିସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରତିଶ୍ରୁତି ଦେଇଛନ୍ତି ଯେ, କିଟ୍ ଛାତ୍ରୀ ମୃତ୍ୟୁ ଘଟଣାରେ ନ୍ୟାୟ ଦିଆଯିବ। କିଟ୍ କ୍ୟାମ୍ପସରେ ପୁଣିଥରେ ଶାନ୍ତି ଫେରିବ। ଏତିସହ କ୍ୟାମ୍ପସ୍କୁ ଫେରିବାକୁ ନେପାଳୀ ଛାତ୍ରଛାତ୍ରୀଙ୍କୁ ଅପିଲ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ନେପାଳ ଅଫିସିଆଲଙ୍କ ସହ ଟେଷ୍ଟ ଗେଷ୍ଟ ହାଉସରେ ଆଲୋଚନା ଚାଲିଥିଲା। ମନ୍ତ୍ରୀ ମୁକେଶ ମହାଲିଙ୍ଗ, ସୂର୍ଯ୍ୟବଂଶୀ ସୁରଜ ଏବଂ ମୁଖ୍ୟ ସଚିବଙ୍କ ଆଲୋଚନା। ନେପାଳ ବୈଦେଶିକ ମନ୍ତ୍ରୀ ମଧ୍ୟ ସୂର୍ଯ୍ୟବଂଶୀଙ୍କ ସହ କଥା ହୋଇଥିଲେ।