fbpx

୮ ଜୁନ ଯାଏ ବିହାରରେ ବଢିଲା ଲକଡାଉନ୍‌

Advertisement

ପାଟନା: କରୋନାର ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ବିହାରରେ ପୁଣି ଥରେ ଲକଡାଉନ୍ ଅବଧି ବଢିଛି । ଜୁନ୍ ୮ ତାରିଖ ଯାଏ ରାଜ୍ୟରେ ବଢିଛି ଲକଡାଉନ୍ । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି ଟ୍ୱିଟ୍ ମାଧ୍ୟମରେ ଏହାର ଘୋଷଣା କରିଛନ୍ତି ।

ମୁଖ୍ୟମନ୍ତ୍ରୀ ନିଜର ଟ୍ୱିଟରେ କହିଛନ୍ତି ଯେ, “କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଲକଡାଉନକୁ ଏକ ସପ୍ତାହ ଅର୍ଥାତ୍ ୮ ଜୁନ ୨୦୨୧ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି । କିନ୍ତୁ ବାଣିଜ୍ୟ ପାଇଁ ଅତିରିକ୍ତ ରିହାତି ଦିଆଯାଉଛି । ସମସ୍ତେ ମାସ୍କ ପିନ୍ଧିବା ଉଚିତ୍ ଏବଂ ସାମାଜିକ ଦୂରତା ବଜାୟ ରଖିବା ଉଚିତ୍ ।’

ତେବେ ବିହାରରେ ତୃତୀୟ ଥର ପାଇଁ ଲକଡାଉନ୍ ଘୋଷଣା ହୋଇଛି । ଲକଡାଉନ-୪ କୁ ନେଇ ସରକାର ଖୁବଶୀର୍ଘ ନିର୍ଦ୍ଦେଶାନାମା ଜାରି କରିପାରନ୍ତି । ଭାଇରସ ବିସ୍ତାରକୁ ରୋକିବା ପାଇଁ ରାଜ୍ୟ ସରକାର ମେ ୫ରେ ସମ୍ପୂର୍ଣ୍ଣ ଲକଡାଉନ୍ ଘୋଷଣା କରିବା ପରେ ସାଧାରଣ ଜୀବନ ଏବଂ ବ୍ୟବସାୟିକ କାର୍ଯ୍ୟକଳାପ ବେଶ୍ ପ୍ରଭାବିତ ହୋଇଥିଲା । ପରବର୍ତ୍ତୀ ସମୟରେ ଏହି ପ୍ରତିବନ୍ଧକକୁ ସରକାର ବୃଦ୍ଧି କରିଥିଲେ । ପୂର୍ବରୁ ଜାରି ହୋଇଥିବା ଲକଡାଉନର ଅବଧି ଜୁନ୍ ୧ରେ ଶେଷ ହେବାକୁ ଯାଉଛି । ରାଜ୍ୟରେ ଦୈନିକ ସଂକ୍ରମଣ ୧୫ ହଜାରୁ ହ୍ରାସ ପାଇ ୧୫୦୦ରେ ପହଞ୍ଚିଛି ।

Get real time updates directly on you device, subscribe now.