fbpx

ମହିଳା ବିଶ୍ୱକପ୍ ଫୁଟବଲ ଲୋଗୋ ଉନ୍ମୋଚିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ୍ ଫୁଟବଲର ଲୋଗୋ ଉନ୍ମୋଚିତ ହୋଇଛି । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଲୋକେ ଉନ୍ମୋଚିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋଗୋ ସହ ଟ୍ରଫିର ମଧ୍ୟ ଉନ୍ମୋଚିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ‘କିକ୍ ଅଫ୍ ଦି ଡ୍ରିମ୍’ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ଏହାକୁ ଉନ୍ମୋଚିତ କରିଛନ୍ତି । ଭାରତୀୟ ଟିମ୍ ସହ ଫଟୋ ଉଠାଇ କରମର୍ଦ୍ଦନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହିତ ୫ଟି ସଚିବ ଭିକେ ପାଣ୍ଡିଆନ, କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ସଚିବ ଭିନିଲ କ୍ରିଷ୍ଣା ଯୋଗ ଦେଇଛନ୍ତି ।

ତେବେ ଫିଫା ୟୁ-୧୭ ମହିଳା ବିଶ୍ୱକପର ଲୋଗ ଉନ୍ମୋଚିତ ହୋଇଛି । କଳିଙ୍ଗ ଷ୍ଟାଡିୟମରେ ଭାରତ ଖେଳିବ ୩ଟି ମ୍ୟାଚ୍ । ୟୁଏସଏ, ମରୋକ ଓ ବ୍ରାଜିଲ ସହ ମ୍ୟାଚ୍ ଖେଳିବ ଭାରତ । ଭାରତ ୧୧, ୧୪ ଓ ୧୭ ତାରିଖରେ ମ୍ୟାଚ୍ ଖେଳିବ ।  ଆସନ୍ତା ଅକ୍ଟୋବର ୧୧ ତାରିଖରେ ଏହି ବିଶ୍ୱକପର ପ୍ରଥମ ମ୍ୟାଚ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିଅମରେ ଖେଳାଯିବ। ୧୧ ତାରିଖରେ ଭାରତ ବନାମ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ।୧୪ ତାରିଖରେ ଭାରତ ବନାମ ମୋରୋକୋ ମ୍ୟାଚ ଖେଳାଯିବ। ୧୭ ତାରିଖରେ ଭାରତ ବନାମ ବ୍ରାଜିଲ ମ୍ୟାଚ ଏଠାରେ ଖେଳାଯିବ।

Get real time updates directly on you device, subscribe now.