fbpx
BSKY SKY
BSKY SKY

ଆପଣଙ୍କ ହାତରେ ଅଛି କି ଏହି ରେଖା ? ଆପଣ ହୋଇ ପାରନ୍ତି ଭାଗ୍ୟବାନ ଏବଂ ଧନଶାଳୀ

BSKY

ହିନ୍ଦୁ ଧର୍ମରେ ଜ୍ୟୋତିଷ ଶାସ୍ତ୍ର ,ବାସ୍ତୁ ଶାସ୍ତ୍ର ପରି ହସ୍ତରେଖା ଶାସ୍ତ୍ର ମଧ୍ୟ ରହିଛି । ଯାହା ମାଧ୍ୟମରେ ହସ୍ତରେଖା ବିଶାରଦମାନେ ହାତ ପାପୁଲି ଦେଖି ବ୍ୟକ୍ତିର ଭାଗ୍ୟ ଏବଂ ଭବିଷ୍ୟତ ବିଷୟରେ ଅନେକ କଥା କହି ପାରନ୍ତି । ତେବେ କିଛି ବ୍ୟକ୍ତିଙ୍କ ହାତରେ ଏପରି ରେଖା ଥାଏ , ଯାହା ତାଙ୍କ ଭାଗ୍ୟ ଉପରେ ବହୁତ ଶୁଭ ଫଳ ପକାଇଥାଏ । ତେବେ ବର୍ତ୍ତମାନ ଆସନ୍ତୁ ଜାଣିବା ହାତରେ ଥିବା ଏକ ରେଖା ବିଷୟରେ ଯାହା ବ୍ୟକ୍ତିର ଭାଗ୍ୟ ଉପରେ ସୁ ପ୍ରଭାବ ପକାଇଥାଏ ।

ଭାଗ୍ୟଶାଳୀ ଚିହ୍ନ: ହସ୍ତରେଖା ଶାସ୍ତ୍ର ଅନୁଯାୟୀ, ପ୍ରତ୍ୟେକ ବ୍ୟକ୍ତିଙ୍କ ପାପୁଲିର ଆଙ୍ଗୁଠିରେ ଅନେକ ପ୍ରକାର ରେଖା ଥାଏ । ତେବେ ହାତରେ ଏପରି କିଛି ରେଖା ଅଛି ଯାହା ବ୍ୟକ୍ତିଙ୍କୁ ଭାଗ୍ୟଶାଳୀ କରାଇଥାଏ । ତେବେ ସେହି ରେଖା ମଧ୍ୟରୁ ଗୋଟିଏ ହେଉଛି ୟାଭା ବା ଆଖି ଆକୃତିର ଚିହ୍ନ ଥିବା ରେଖା । ତେବେ ଏହି ରେଖା ଭାଗ୍ୟବାନ ହେବାର ସୂଚକ ବୋଲି ବିବେଚନା କରାଯାଏ । ଯଦି କୌଣସି ବ୍ୟକ୍ତିଙ୍କ ଆଙ୍ଗୁଠିରେ ଏହି ଚିହ୍ନ ଥାଏ, ତେବେ ଏହାର ଅର୍ଥ ହେଉଛି ସେ ଭବିଷ୍ୟତରେ ବହୁତ ଧନବାନ ହେବାକୁ ଯାଉଛନ୍ତି । ଏଥିସହିତ ଭବିଷ୍ୟତରେ ତାଙ୍କ ଭାଗ୍ୟ ବଦଳିବାର ମଧ୍ୟ ଅନେକ ସମ୍ଭାବନା ରହିଥାଏ ।

ପ୍ରତ୍ୟେକ କ୍ଷେତ୍ରରେ ସୁନାମ ଅର୍ଜନ କରନ୍ତି: ହସ୍ତଶାସ୍ତ୍ର ବିଶାରଦଙ୍କ ମତରେ ଯେଉଁ ବ୍ୟକ୍ତିମାନଙ୍କର ଆଙ୍ଗୁଠିରେ ୟାଭା ଚିହ୍ନ ବା ଆଖି ଆକୃତିର ଚିହ୍ନ ଥାଏ ସେମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି । ଏଥିସହିତ ସେମାନେ ପାଠପଢା ଓ ଲେଖା କ୍ଷେତ୍ରରେ ବହୁତ ସୁନାମ ଅର୍ଜନ କରିଥାନ୍ତି । ଏହି ଲୋକମାନଙ୍କର ଜୀବନରେ କୌଣସି ଅଭାବ ରହେ ନାହିଁ ଏବଂ ସେମାନେ ଖୁସିରେ ସେମାନଙ୍କ ଜୀବନ ଅତିବାହିତ କରିଥାନ୍ତି ।

ପରିବାର ନାମ ଉଜ୍ଜଳ କରନ୍ତି : ଆଙ୍ଗୁଠିରେ ୟାଭା ବା ଆଖି ଆକୃତିର ଚିହ୍ନ ଥିବା ବ୍ୟକ୍ତିମାନେ ଚିହ୍ନ ଥିବା ବ୍ୟକ୍ତିମାନେ ଦକ୍ଷ ଏବଂ ନମ୍ର ସ୍ୱଭାବର ହୋଇଥାନ୍ତି । ସେମାନେ ଭବିଷ୍ୟତରେ ନିଜ ନାମ ସହିତ ପରିବାର ନାମ ମଧ୍ୟ ଉଜ୍ଜଳ କରିଥାନ୍ତି । ତେବେ ଏହିଭଳି ବ୍ୟକ୍ତିଙ୍କର କେବେ ବି ଅର୍ଥର ଅଭାବ ରୁହେ ନାହିଁ ।

ପରିଶ୍ରମ ଦ୍ୱାରା ଟଙ୍କା ରୋଜଗାର କରନ୍ତି: ଏହି ଚିହ୍ନ ଥିବା ବ୍ୟକ୍ତିଙ୍କୁ ସମାଜରେ ବହୁତ ମାନ ସମ୍ମାନ ମିଳିଥାଏ । ସେମାନେ ଯେଉଁ କ୍ଷେତ୍ରରେ ପାଦ ଥାପନ୍ତି ସେ କ୍ଷେତ୍ରରେ ସୁନାମ ଅର୍ଜନ କରନ୍ତି । ଯଦିଓ ଏହିପରି ଚିହ୍ନ ଥିବା ବ୍ୟକ୍ତିମାନେ ଏକ ଧନୀ ପରିବାରରେ ଜନ୍ମ ହୋଇଥାନ୍ତି । କିନ୍ତୁ ଯଦି ସେମାନେ ଏକ ଧନୀ ଘରେ ଜନ୍ମ ନ ନିଅନ୍ତି, ତେବେ ସେମାନେ କଠିନ ପରିଶ୍ରମ କରି ବହୁ ଅର୍ଥ ଉପାର୍ଜନ କରନ୍ତି ।

Get real time updates directly on you device, subscribe now.