Big Breaking: ରାଉରକେଲାରେ ବଡ଼ ଅଘଟଣ… ଆଖି ଆଗରେ ପୋଡ଼ି ପାଉଁଶ ହୋଇଗଲା ଜୀବନ୍ତ ନାବାଳକ

ରାଉରକେଲା: ରାଉରକେଲାରେ ଘଟିଯାଇଛି ଏକ ହୃଦୟବିଦାରକ ଦୁର୍ଘଟଣା । ଦୁର୍ଗାପୂଜା ପେଣ୍ଡାଲରେ ନାବାଳକ ଜୀବନ୍ତ ଦଗ୍ଧ ।

ସେକ୍ଟର-୬ ଟେଲିଫୋନ୍ ଭବନ ପାଖ ଦୁର୍ଗା ପେଣ୍ଡାଲରେ ନାବାଳକ ପୋଡ଼ିଯାଇଥିବା ସୂଚନା । ପେଣ୍ଡାଲରେ କିପରି ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇ ନ ଥିବାବେଳେ ନିଅିଁ ଲିଭାଇବାକୁ ଅଗ୍ନିଶମ ବାହୀନି ପକ୍ଷରୁ ଉଦ୍ୟମ ଜାରି ରହିଛି ।

ମୃତ ଶିଶୁର ଦରପୋଡ଼ା ଅବଶେଷକୁ ନିକଟସ୍ଥ ଡାକ୍ତରଖାନାକୁ ପଠାଯାଇଥିବା ସୂଚନା ଜଣାପଡ଼ିଛି । ନାବାଳକ ସହ ଆଉ ୩ ପିଲା ମଧ୍ୟ ଥିଲେ କିନ୍ତୁ ନିଆଁ ଲାଗିବା ଦେଖି ସେମାନେ ଦୂରେଇ ଯାଇଥିଲେ । ଅଳ୍ପକେ ସେମାନଙ୍କ ଜୀବନ ବଞ୍ଚିଯାଇଛି ।

ମୃତ ନାବାଳକର ବାପା-ମା’ ଦିନ ମଜୁରିଆ ବୋଲି ଜଣାପଡ଼ିଛି ।