fbpx

କେନାଲ ରେ ବୁଡି ଚାରିବର୍ଷର ଶିଶୁର ଗଲା ଜୀବନ, ତୁରନ୍ତ ଚିକିତ୍ସା ଯୋଗାଇ ନଦେବାରୁ ଉପସ୍ଥିତ ଲୋକଙ୍କ ମଧ୍ୟରେ ଦେଖିବାକୁ ମିଳିଲା ଉତ୍ତେଜନା।

ଗୋଲାଗୁଡା, 5/2: କେନାଲ ରେ ବୁଡି ଚାରିବର୍ଷର ଶିଶୁର ଜୀବନ ଚାଲିଯାଇଛି ।ଏଭଳି ଘଟଣା ଦେଖିବାକୁ ମିଳିଛି ପଡିଆ ବ୍ଲକ ଅନ୍ତର୍ଗତ ଗୋଲାଗୁଡା ଗ୍ରାମ ରେ। ଆଜି ଅପରାହ୍ନ ରେ ଏମ୍ ପି ଭି ୬୭ ଗ୍ରାମର ମାଧବ ଅଧିକାରୀଙ୍କ ୪ ବର୍ଷର ପୁଅ ଗୋଲାଗୁଡା ଗ୍ରାମ କେନାଲ ରେ କୌଣଷି କାରଣରୁ ଖସିପଡି ଥିଲେ ଏହା ଦେଖି ସ୍ଥାନୀୟ ଲୋକ ଅଗ୍ନିଶମ ବିଭାଗକୁ ଖବର ଦେବାରୁ ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ଶିଶୁଟିକୁ ଉଦ୍ଧାର କରି ପଡିଆ ମେଡିକାଲ୍ କୁ ନେଇ ଭର୍ତି କରିଥିଲେ ।ସେଠାରେ ଶିଶୁଟିର ଅବସ୍ଥା ଗୁରୁତର ହେବାରୁ କାଲିମେଳା ସ୍ଥାନାନ୍ତରଣ କରାଯାଉଥିବା ବେଳେ ଶିଶୁଟିର ମୃତ୍ୟୁ ହୋଇଥିଲା । ତେବେ ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପାଇଁ ନିଆଯାଇଥିବା ବେଳେ ସେଠାରେ ତୁରନ୍ତ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇନଥିବା ନେଇ ଉପସ୍ଥିତ ଲୋକଙ୍କ ମଧ୍ୟରେ କିଛି ସମୟ ପାଇଁ ଉତ୍ତେଜନା ଦେଖିବାକୁ ମିଳିଥିଲା।

Get real time updates directly on you device, subscribe now.