fbpx

କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଘଟଣା; ଡିଏନଏ ରିପୋର୍ଟ କହିବ ସେଦିନ ପୁଅ ହୋଇଥିଲା ନା ଝିଅ

Advertisement

ଓଡିଶା ଭାସ୍କର; ଶିଶୁ ଅଦଳବଦଳ ଘଟଣାରେ ଶିଶୁର ପରିଚୟ ଦେବ ଡିଏନଏ ରିପୋର୍ଟ । ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଘଟଣାକୁ ନେଇ ଏକ ଚର୍ଚ୍ଚା ଲାଗିରହିଛି । ଗତ କିଛି ଦିନ ତଳେ କ୍ୟାପିଟାଲ ହସ୍ପିଟାଲରେ ଏକ ଶିଶୁ ଅଦଳବଦଳ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ପୁଅ ହୋଇଛି କହି ମେଡିକାଲ କତୃପକ୍ଷ ଝିଅ ଦେଇଥିବା ଭଳି ଏକ ସାଙ୍ଘାତିକ ଅଭିଯୋଗ ଘଟଣା ସମସ୍ତଙ୍କ ସାମ୍ନାକୁ ଆସିଥିଲା ।

ସୂଚନା ଥାଉକି, ରାଜକନିକା ଅଞ୍ଚଳର ପ୍ରାଣକୃଷ ବିଶ୍ୱାଳ ନାମକ ଜଣେ ବ୍ୟକ୍ତି ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ତାଙ୍କର ପୁଅ ହେଲା ବୋଲି ତାଙ୍କୁ ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଥିଲା । ମାତ୍ର ଫଟୋ ଉଠାଇବାବେଳେ ତାଙ୍କର ଝିଅ ହୋଇଥିବା ସେ ଦେଖିବାକୁ ପାଇଥିଲେ । ଯାହାକୁ ଦେଖି ଆଶ୍ଚର୍ୟ୍ୟ ହେବା ସହ ଉକ୍ତ ଶିଶୁ କନ୍ୟା ତାଙ୍କର ନୁହେଁ ବୋଲି ସେ କହିଥିଲେ । ମେଡିକାଲ କତୃପକ୍ଷ ତାଙ୍କ ଶିଶୁକୁ ବଦଳ କରିଥିବା ସେ ଅଭଯୋଗ ଆଣିଥିଲେ । ଏଣୁ ସେ ଡିଏନଏ ଟେଷ୍ଟ ପାଇଁ ଦାବି କରିଥିଲେ। ଡିଏନଏ ଟେଷ୍ଟ ହେଉ, ରିପୋର୍ଟ ନ ଆସିବା ପର୍ୟ୍ୟନ୍ତ ମାଆ ଓ ଛୁଆଙ୍କୁ ନେବିନି ବୋଲି ସେହି ବ୍ୟକ୍ତି ଜଣଙ୍କ କହିଥିଲେ । ହସ୍ପିଟାଲ ନିର୍ଦ୍ଦେଶକଙ୍କ ନିକଟରେ ସମ୍ପୃକ୍ତ ବ୍ୟକ୍ତି ଜଣକ ଅଭିଯୋଗ ମଧ୍ୟ କରିଥିଲେ ।

ଅଭିଯୋଗକୁ ଗ୍ରହଣ କରି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ତେବେ ଭୁବନେଶ୍ୱର କୋର୍ଟଙ୍କ ଅନୁମତି କ୍ରମେ ଉକ୍ତ ଶିଶୁ କନ୍ୟାର ଡିଏନଏ ପରୀକ୍ଷା ହେବାକୁ ଯାଉଅଛି । ଯାହାକୁ ଆଜି ମାଆ ଏବଂ ଶିଶୁର ଡିଏନଏ ପରୀକ୍ଷା ପାଇଁ ସାମ୍ପୁଲ ସଂଗ୍ରହ କରାଯାଇଥିବା ସୂଚନା ମିଳିଛି । ତେବେ ସେଦିନ ତାଙ୍କର ପୁଅ ହୋଇଥିଲା ନା ଝିଅ ହୋଇଥିଲା ଡିଏନଏ ଟେଷ୍ଟ ରିପୋର୍ଟ ଆସିବା ପରେ ଜଣାପଡିବ ବୋଲି କୁହାଯାଇଛି । ଉଭୟ ମା’ ଓ ଛୁଆ ସୁସ୍ଥ ଥିବା ଡାକ୍ତରୀ ଟିମ କହିଛନ୍ତି । ଝିଅ ହୋଇଥିବା କଥା ମା’ ମାନୁଥିବା ବେଳେ ବାପା ମାନିବାକୁ ନାରାଜ ରହିଛନ୍ତି । ଡିଏନଏ ରିପୋର୍ଟ ଆସିବା ପରେ ପ୍ରକୃତ ସତ୍ୟତା ବାହାରକୁ ଆସିପାରିବ ।

Get real time updates directly on you device, subscribe now.