(ଭିଡିଓ)ଭୋ ଭୋ କରି କାନ୍ଧିଲେ ଛାତ୍ରଛାତ୍ରୀ, କହିଲେ ମାଡାମ୍ ପ୍ଲିଜ୍ ଆମକୁ ଛାଡ଼ି ଯାଆନ୍ତୁନି, ଲୁହରେ ଭାସିଲା ସ୍କୁଲ
ଜଣେ ଶିକ୍ଷୟିତ୍ରୀଙ୍କ ବିଦାୟରେ ପୁରା ସ୍କୁଲ କାନ୍ଦିବାକୁ ଲାଗିଛି।
ବିହାର: ଟ୍ରାନ୍ସଫର ଯେକୌଣସି ଚାକିରିର ଏକ ଅଂଶ। କିନ୍ତୁ କେତେବେଳେ ଏହି ଟ୍ରାନ୍ସଫର ଏତେ ଯନ୍ତ୍ରଣା ଦିଏ ନଚାହିଁକି ବି ଆଖିରେ ପାଣି ଆସିଯାଏ। ବିହାରର ଭାଗଲପୁର ଜିଲ୍ଲାରୁ ସମାନ ଏକ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ଶିକ୍ଷୟିତ୍ରୀଙ୍କ ବିଦାୟରେ ପୁରା ସ୍କୁଲ କାନ୍ଦିବାକୁ ଲାଗିଛି।
ସ୍କୁଲର ଛାତ୍ରମାନେ କାନ୍ଦୁଥିଲେ, ତା ସହିତ ବଦଳି ହୋଇ ଯାଉଥିବା ମ୍ୟାଡାମ୍ ମଧ୍ୟ କାନ୍ଦୁଥିଲେ। ଆଉ ତାଙ୍କ ସହିତ କାମ କରୁଥିବା ଅନ୍ୟ ଶିକ୍ଷୟିତ୍ରୀଙ୍କ ଆଖି ମଧ୍ୟ ଓଦା ହୋଇଯାଇଥିଲା।
ସ୍କୁଲରେ ପିଲାମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରୁଥିବା ରୋଷେୟା ମଧ୍ୟ କାନ୍ଦୁଥିଲେ। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଏହି ଘଟଣା ବିହାର ଭାଗଲପୁରର କହଲଗାଓଁରେ ଅବସ୍ଥିତ ବିଦ୍ୟାଳୟ ଧନପତ ଟୋଲାର। ଶିକ୍ଷୟିତ୍ରୀ ସୋନାଲି କୁମାରୀଙ୍କ ଟ୍ରାନ୍ସଫରରେ ଆୟୋଜିତ ବିଦାୟ ସମାରୋହରେ ଏପରି ଏକ ଭାବପ୍ରବଣ ମୁହୂର୍ତ୍ତ ଦେଖିବାକୁ ମିଳିଥିଲା।
फेवरेट टीचर की विदाई पर फूट-फूट कर रोए बच्चे
बिहार के भागलपुर में टीचर की विदाई पर फूट-फूट कर रोए बच्चे, वीडियो हुआ वायरल#Bihar | #ViralVideo pic.twitter.com/qhOjOQK5ZU
— NDTV India (@ndtvindia) August 27, 2025
ଯେତେବେଳେ ପିଲାମାନେ ସେମାନଙ୍କର ପ୍ରିୟ ମ୍ୟାଡାମ୍ଙ୍କୁ କୁଣ୍ଢେଇ ପକାଇ ବହୁତ କାନ୍ଦିଥିଲେ। ସୋନାଲି କୁମାରୀ ମଧ୍ୟ ନିଜକୁ ରୋକିପାରିଲେ ନାହିଁ ଏବଂ କାନ୍ଦିବାକୁ ଲାଗିଲେ।
ଏହି ଭାବପ୍ରବଣ ମୁହୂର୍ତ୍ତ ସେତେବେଳେ ଆସିଥିଲା ଯେତେବେଳେ ସୋନାଲି କୁମାରୀ ସମାରୋହ ପରେ ସ୍କୁଲ ଛାଡିବା ଆରମ୍ଭ କରିଥିଲେ।
ସେ ପର୍ଯ୍ୟନ୍ତ ପିଲାମାନେ ବୁଝି ନଥିଲେ ଯେ ସେମାନଙ୍କର ପ୍ରିୟ ମ୍ୟାଡାମ୍ ଆଉ ସ୍କୁଲକୁ ଆସିବେ ନାହିଁ। ଯେତେବେଳେ ଜଣେ ଶିକ୍ଷୟିତ୍ରୀ ଜଣେ ଝିଅକୁ କହିଲେ ଯେ ମ୍ୟାଡାମ୍ ଏବେ ଚାଲି ଯାଉଛନ୍ତି।
ପିଲାମାନେ ସେମାନଙ୍କ ମ୍ୟାଡାମ୍ଙ୍କୁ କୁଣ୍ଢେଇ ପକାଇ କାନ୍ଦିବାକୁ ଲାଗିଲେ। ସ୍କୁଲ ରୋଷେୟା ମଧ୍ୟ ତାଙ୍କ ମ୍ୟାଡାମଙ୍କୁ ଧରି କାନ୍ଦିବାକୁ ଲାଗିଲେ।