fbpx

୨୦ରୁ ଶିଶୁ ଜନସଂପର୍କ ଅଭିଯାନ ଆରମ୍ଭ

ପୁରୀ,୧୪ ।୧(ଓଡିଶା ଭାସ୍କର): ଜାନୁଆରି ୨୦ରୁ ଆରମ୍ଭ ହେବାକୁ ଯାଉଛି ଶିଶୁ ଜନସଂପର୍କ ଅଭିଯାନ । ପୁରୀରୁ ଶୁଭାରମ୍ଭ କରିବ ଶିଶୁ ଅଧିକାର ସୁରକ୍ଷା ଆୟୋଗ । ପ୍ରଥମ ପର୍ଯ୍ୟାୟରେ ପୁରୀର ଡେଲାଙ୍ଗ, କଣାସ, ପିପିଲିରେ ବ୍ଲକ୍‌ରେ ହେବ ଏହି ଅଭିଯାନ ।

ପରେ ଭୁବନେଶ୍ବରର ସବୁ ବସ୍ତି ଓ ଅନ୍ୟ ଜିଲ୍ଲାରେ ଚାଲିବ ଅଭିଯାନ । କୋଭିଡ ବେଳେ ଘରେ ଥିବା ଶିଶୁଙ୍କ ମାନସିକ ଅସ୍ଥିରତା ଦୂର ପାଇଁ ଏପରି ପ୍ରୟାସ କରାଯିବ । ଶିଶୁଙ୍କ ଅଭିଯୋଗ ଶୁଣାଣି ସହ ସମାଧାନର ପ୍ରୟାସ କରିବ ଆୟୋଗ । ଏନେଇ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.