fbpx

ଜି-୨୦ରେ ଚୀନ ଆଣିଥିଲା ସିକ୍ରେଟ୍ ବ୍ୟାଗ, ଦେଲାନି ଚେକ୍ କରିବାକୁ, ଜାଣନ୍ତୁ କ’ଣ ଥିଲା..

ନୂଆଦିଲ୍ଲୀ: ଜି-୨୦ ସମ୍ମିଳନୀରେ ଚାଇନିଜ ଡେଲିଗେସନର ଏକ ବ୍ୟାଗକୁ ନେଇ ଚର୍ଚ୍ଚା ଲାଗିରହିଛି । କାରଣ ସେହି ବ୍ୟାଗକୁ ଚେକିଂ କରାଯାଉଥିଲା । ଏଜେନ୍ସିମାନେ ସେହି ବ୍ୟାଗକୁ ବିନା କୌଣସି ଚେକିଂରେ ଭିତରକୁ ନେବା ଲାଗି ଅନୁମତି ଦେଉନଥିଲେ । ସୁତ୍ର ଅନୁସାରେ, ୮ ସେପ୍ଟେମ୍ବର ଦିନ ଚାଇନିଜ ଡେଲିଗେସନ ତାଜ ହୋଟେଲରେ ପହଁଚିଥିଲେ , ସେତେବେଳେ ସେମାନଙ୍କ ପାଖରେ ଏକ ବ୍ୟାଗ ଥିଲା ଯାହାକୁ ଚେକିଂ କରାଯିବ ବୋଲି କୁହାଯାଇଥିଲା ।

ଚାଇନିଜ ଡେଲିଗେସନ ବ୍ୟାଗ ଚେକିଂ ପାଇଁ ମନାକରିଦେଇଥିଲେ । ବହୁ ସମୟ ପର୍ଯ୍ୟନ୍ତ ପୋଲିସ ସେହି ଚାଇନିଜ ଡେଲିଗେସନକୁ ବୁଝାଉଥିଲେ, ହେଲେ ସେ ମନା କରିଦେଇଥିଲେ । ଏହାପରେ ଡେଲିଗେସନର ଏକ ସଦସ୍ୟ ବ୍ୟାଗ ଧରି ଫେରିଯାଇଥିଲେ ।
ଟାଇମ୍ସ ଅଫ ଇଣ୍ଡିଆ ଏକ ରିପୋର୍ଟରେ କହିଛନ୍ତି ଯେ, କୂଟନୈତିକ ପ୍ରୋଟୋକୋଲକୁ ଧ୍ୟାନରେ ରଖି ସୁରକ୍ଷାକର୍ମୀମାନେ ବ୍ୟାଗକୁ ଭିତରକୁ ପ୍ରବେଶ କରିଥିଲେ । ରୁମରେ ସେମାନେ ପହଁଚିବା ପରେ ଷ୍ଟାଫ ସଦସ୍ୟ ବ୍ୟାଗରେ କିଛି ସନ୍ଦିଗ୍ଧ ଉପକରଣ ରଖିଥିବା ସୂଚନା ମିଳିଥିଲା । ଯେପରି ବରିଷ୍ଠ କର୍ମଚାରୀଙ୍କୁ ସତର୍କ କରାଗଲା, ସେମାନେ ପୁଣି ଥରେ ସେହି ବ୍ୟାଗକୁ ସ୍କାନର ଦ୍ୱାରା ଚେକ କରିବା ଲାଗି କହିଥିଲେ ।

ପୋଲିସ ମୁତାବକ, ଏହାପରେ ଚାଇନିଜ ଡେଲିଗେସନ ସେମାନଙ୍କର ସମସ୍ତ ବ୍ୟାଗକୁ ଆଣି ବାହାରେ ଚେକ କରାଇଥିଲେ । ହେଲେ ଯେଉଁ ବ୍ୟାଗକୁ ଚେକ କରିବା ଲାଗି ପୂର୍ବରୁ କୁହାଯାଇଥିଲା, ସେଥିରେ କଣ ଅଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

Get real time updates directly on you device, subscribe now.