ଚୀନର ଅଜବ ଦାବି, ବାଘ ପରିସ୍ରା ପିଇଲେ ଭଲ ହେଉଛି ଆଣ୍ଠୁ ରୋଗ
ଚୀନର ଚିଡ଼ିଆଖାନାରେ ବିକ୍ରି ହେଉଛି ବାଘର ପରିସ୍ରା। ଏହି ପରିସ୍ରା ଭଲ କରୁଛି ଅନେକ ରୋଗ। ମଦ ସହ ମିଶାଇ ପିଇଲେ ରହୁଛି ଅଧିକ ପ୍ରଭାବ। ତେଣୁ ୨୫୦ml ବୋତଲ ପରିସ୍ରାକୁ ପଡ଼ୁଛି ୬୦୦ ଟଙ୍କା।
ଚୀନ: ସାଧାରଣ ଲୋକଙ୍କୁ ବାଘର ପରିସ୍ରା ପିଆଉଛି ଚୀନ। ଏବଂ ଦାବି ମଧ୍ୟ କରୁଛି କି ମଦ ସହ ବାଘର ମୂତ୍ରକୁ ମିଶାଇ ପିଇଲେ ମିଳୁଛି ଅନେକ ଫାଇଦା। ଅନେକ ରୋଗକୁ ମଧ୍ୟ ଭଲ କରୁଛି ବାଘର ମୂତ୍ର ବୋଲି ଦାବି କରିଆସୁଛି ଚୀନ।
ତେଣୁ ୨୫୦ml ପରିସ୍ରା ବାବଦକୁ ନେଉଛି ୬୦୦ଟଙ୍କା। ଯାହା ସାମ୍ନାକୁ ଆସିବା ପରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଆଉ ଏହାକୁ ନେଇ ନେଟିଜେନ୍ସମାନେ କ୍ରୋଧ ପ୍ରକାଶ କରିଛନ୍ତି।
ଚିଡ଼ିଆଖାନାରେ ବିକ୍ରି ହେଉଛି ପରିସ୍ରା: ତେବେ ଏହି ଘଟଣାଟି ଚୀନର ସିଚୁଆନ ପ୍ରଦେଶରୁ ଆସିଛି। ସେଠାରେ ଥିବା ୟାନ୍ ବାଇଫେଙ୍ଗସିଆ ବନ୍ୟପ୍ରାଣୀ ଚିଡ଼ିଆଖାନାରେ ବାଘର ପରିସ୍ରା ବିକ୍ରି କରାଯାଉଛି।
ସାଧାରଣ ଲୋକ ମଧ୍ୟ ଏହି ପରିସ୍ରାକୁ କିଣୁଛନ୍ତି। କାରଣ ଚୀନ ଦାବି କରିଛି କି ଏହି ମୂତ୍ର ଅନେକ ରୋଗ ଭଲ କରୁଛି। ତେଣୁ ୨୫୦ml ବୋତଲକୁ ୬୦୦ ଟଙ୍କା ଦେଇ କିଣୁଛନ୍ତି ଲୋକେ।
ଚୀନର ଦାବି: ଏହି ଘଟଣା ସାମ୍ନାକୁ ଆସିବା ପରେ ଚୀନ ଦାବି କରିଛି କି ବାଘର ପରିସ୍ରା ପିଇବା ଦ୍ୱାରା ଅନେକ ରୋଗ ଭଲ ହେଉଛି। ବିଶେଷ କରି ବାଘର ପରିସ୍ରା ପିଇଲେ ଗଣ୍ଠି ରୋଗ ଭଲ ହେଉଛି ବୋଲି ଦାବି କରିଛି ଚୀନ।
ବୋତଲରେ ସ୍ପଷ୍ଟ ଭାବରେ ଲେଖାଯାଇଛି ଯେ ଏହା ଗଣ୍ଠି ଯନ୍ତ୍ରଣା, ମୋଚ ଏବଂ ମାଂସପେଶୀ ଯନ୍ତ୍ରଣାରୁ ମୁକ୍ତି ଦିଏ। ଏହାକୁ କିପରି ବ୍ୟବହାର କରିବେ ତାହା ମଧ୍ୟ ବୁଝାଯାଇଛି।
କିପରି ସାମ୍ନାକୁ ଆସିଲା ଘଟଣା: ଚିଡ଼ିଆଖାନାରୁ ଫେରିଥିବା ଜଣେ ବ୍ୟକ୍ତି ସୋସିଆଲ ମିଡିଆରେ ଏହା ରିପୋର୍ଟ କରିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା।
ସେହି ବ୍ୟକ୍ତିଙ୍କ କହିବା ଅନୁଯାୟୀ, ସାଇବେରିଆନ୍ ବାଘର ମୂତ୍ର ଏଠାରେ ଲୋକମାନଙ୍କୁ ବିକ୍ରି କରାଯାଉଛି ଏବଂ କହି ଯେ ଏହାର ଅନେକ ଲାଭ ଅଛି।
ହେଲେ ଔଷଧ ବିଶେଷଜ୍ଞମାନେ ଏହା ଉପରେ କ୍ରୋଧ ପ୍ରକାଶ କରିଛନ୍ତି। ଚିକିତ୍ସା ଭାବରେ ବାଘ ମୂତ୍ର ବ୍ୟବହାର ହେବାର କୌଣସି ପ୍ରମାଣ ନାହିଁ ବୋଲି କହିଛନ୍ତି ବିଶେଷଜ୍ଞ।