fbpx

(Video) ଚୀନ ଯୁବତୀ ଗାଇଲେ ଶାହରୁଖ ଖାନଙ୍କ ଫିଲ୍ମ ‘ମହବତେ’ର ଗୀତ, ଭିଡିଓ ଥରେ ଦେଖିଲେ ଶୁଣିବାକୁ ଇଚ୍ଛା ହେବ ବାରମ୍ବାର

ନୂଆଦିଲ୍ଲୀ: ଶାହରୁଖ ଖାନ ଏବଂ ତାଙ୍କ ଫିଲ୍ମର ଦିୱାନା ସାରା ଦୁନିଆ। ଦୁନିଆର କୋଣ କୋଣରେ ତାଙ୍କ ଫ୍ୟାନ୍ସକୁ ଆପଣ ଦେଖିବାକୁ ପାଇବେ। ତେବେ ବର୍ତ୍ତମାନ ଚୀନର ଜଣେ ଯୁବତୀ ତାଙ୍କ ସ୍ୱରରେ ଶାହରୁଖ ଖାନଙ୍କ ସୁପରହିଟ ଫିଲ୍ମ ମହବତେର ଗୀତ ‘ଆଖେଁ ଖୁଲି ହୋଇ ୟା ବନ୍ଦ’ ଗୀତ ଗାଇଛନ୍ତି। ଭିଡିଓରେ ଯୁବତୀଙ୍କ ସ୍ୱର ଶୁଣି ଆପଣ ବି ଝୁମିଉଠିବେ। ଯୁବତୀଙ୍କ ଏହି ଭିଡିଓ ଏଭଳି ମନ୍ତ୍ରମୁଗ୍ଧ କରିଦେବ ଯେ, ଆପଣ ଯେତେଥର ଦେଖିବେ ଆପଣଙ୍କ ମନ କେବେ ବି ଭରିବ ନାହିଁ।

ଭିଡିଓରେ ଆପଣ ଦେଖିପାରୁଥିବେ ଯେ, ଚୀନ ଯୁବତୀ ରାସ୍ତାରେ ଛିଡା ହୋଇ ନିଜ ହାତରେ ମାଇକ ଧରିଛି। ଆଖପାଖରେ ଲୋକେ ସେ ଝିଅକୁ ଘେରି ଛିଡା ହୋଇଛନ୍ତି ଏବଂ ସେହି ଗୀତକୁ ଶୁଣୁଛନ୍ତି। ଯୁବତୀ ଜଣକ ଯେତେବେଳେ ଗାଇବା ଆରମ୍ଭ କଲେ, ଏପରି ଲାଗିଲା ସେ ତାଙ୍କ ଭାଷାରେ କୌଣସି ଗୀତ ଗାଉଛନ୍ତି। ହେଲେ କିଛି ସମୟପରେ ସେ ବଲିଉଡ ଗୀତ ଗାଉଛନ୍ତି ବୋଲି ଜଣାପଡିଥିଲା। ଯୁବତୀ ଜଣକ ଶାହରୁଖ ଖାନଙ୍କ ଫିଲ୍ମ ମହବତେର ‘ଆଖେଁ ଖୁଲି ହୋ ୟା ହୋ ବନ୍ଦ’ ଗୀତ ଗାଉଛନ୍ତି। ଯୁବତୀଙ୍କୁ ଦେଖି ଲାଗୁଛି ଯେ, ସେ ଏହି ଗୀତ ଗାଇ କେତେ ମଜା ନେଉଛନ୍ତି। ଯେପରି ସେ ଝୁମିକି ଗୀତ ଗାଉଥିଲେ, ତାଙ୍କୁ ଦେକି ଲାଗୁଥିଲା ଯେପରି ସେ ସଂଗୀତ ସ୍ୱରରେ ହଜିଯାଇଛନ୍ତି।

Get real time updates directly on you device, subscribe now.