fbpx

ଭିସୁଟ ଛାତ୍ରୀ ଚିନ୍ମୟ ମୃତ୍ୟୁ ମାମଲାରେ ନୂଆ ଅପଡେଟ, ଖୋଲିଲା ମୃତ୍ୟୁର ରହସ୍ୟ!

ଭୁବନେଶ୍ୱର: ହତ୍ୟା ନୁହେଁ ବରଂ ପାଣିରେ ବୁଡି ହୋଇଛି ଚିନ୍ମୟଙ୍କ ମୃତ୍ୟୁ । ଭିସୁଟ ଛାତ୍ରୀ ଚିନ୍ମୟ ସାହୁଙ୍କ ମୃତ୍ୟୁ ମାମଲାରେସମ୍ବଲପୁର ଏସପି ବି ଗଙ୍ଗାଧର ଏହି ସୂଚନା ଦେଇଛନ୍ତି । ଏହା ସହିତ ଘଟଣାର ଅଧିକ ତଦନ୍ତ ଚାଲୁ ରହିଛି ବୋଲି ସେ ସୂଚନା ଦେଇଛନ୍ତି । ପ୍ରେସମିଟ ଜରିଆରେ ଏସପି ଏହି ସୂଚନା ଦେଇଛନ୍ତି ।

ସୂଚନା ମୁତାବକ ସମ୍ବଲପୁର ଜିଲ୍ଲା ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ)ର ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ ଙ୍କ ମୃତ୍ୟୁ ଏକ ଆତ୍ମହତ୍ୟା ବୋଲି ପରିବାର ଲୋକ ଅଭିଯୋଗ ଆଣିଥିଲେ। ଚିନ୍ମୟୀଙ୍କ ବେକରେ ଦାଗ ରହିଥିବା ବେଳେ ବେକରୁ ଚେନ୍ ଗାଏବ୍ ହୋଇଯାଇଥିଲା । ତେଣୁ ହତ୍ୟା ପଛରେ କିଛି ଯୁବକଙ୍କ ହାତ ଥିବା ପରିବାର ବର୍ଗ ଅଭିଯୋଗ କରିଥିଲେ ।

ତେବେ ଏହା ମଧ୍ୟରେ ଚିନ୍ମୟୀଙ୍କ ଶବ ବ୍ୟବେଚ୍ଛଦ ରିପୋର୍ଟ ହିସାବରେ ଚିନ୍ମୟୀ ପାଣିରେ ବୁଡ଼ି ମୃତ୍ୟୁବରଣ କରିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ତେବେ ଗତକାଲି ଦୁଇ ପୁରୁଷ ବନ୍ଧୁ ପ୍ରତିମାନ ଦେ ଓ ମାନସ ଟୁଡୁଙ୍କ ଲାଇ ଡିଟେକ୍ସନ ଟେଷ୍ଟ କରାଯାଇଥିଲା । ସେଥିପାଇଁ ଦୁହିଁଙ୍କୁ ଭୁବନେଶ୍ୱର ଫରେନସିକ ଲ୍ୟାବରେ ହାଜର କରାଯାଇଥିଲା । ପ୍ରୀତିମାନଙ୍କଠାରୁ ଅନେକ ପ୍ରଶ୍ନର ଉତ୍ତର ଜାଣିବାକୁ ପ୍ରୟାସ କରିଥିଲା ପୋଲିସ ।

ତେବେ ପୋଲିସ ଚିନ୍ମୟୀଙ୍କ ଭୁବନେଶ୍ୱର ସ୍ଥିତ ବିଜେବି ନଗର ଘରୁ ଲାପଟପ, ହାର୍ଡଡିସ୍କ, ପେନ ଡ୍ରାଇଭ ଓ ଡାଏରୀ ଜବତ କରିଛି । ପ୍ରତିମାନ-ଚିନ୍ମୟୀଙ୍କର ସିଡିଆର ରିପୋର୍ଟ ପୋଲିସକୁ ମିଳିଛି। ଏହା ମଧ୍ୟରେ ବୁର୍ଲା ପୋଲିସଆଜି ପ୍ରୀତିମାସ ଓ ମାନସଙ୍କ ଙ୍କୁ ନୋଟିସ ଦେଇ ଛାଡିବ ବୋଲି ସୂଚନା ରହିଛି ।

Get real time updates directly on you device, subscribe now.