fbpx

କିପରି ଧରୁଛନ୍ତି ଫୋନ? ଉତ୍ତରରୁ ଜଣା ପଡିବ ବ୍ୟକ୍ତିତ୍ୱ, ଜାଣନ୍ତୁ ସଂପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ: ଆଜିକାଲି ଯୁଗରେ ମୋବାଇଲ ମଣିଷଙ୍କ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଗ । ଯାହାକୁ ଦେଖିବେ ଫୋନ ଧରି କିଛି ନା କିଛି କାର୍ଯ୍ୟ କରୁଥିବେ । ତେବେ ପ୍ରତ୍ୟେକ ବ୍ୟକ୍ତି ନିଜ ନିଜ ଢଙ୍ଗରେ ମୋବାଇଲ ଫୋନ ଧରିଥାନ୍ତି । କିଏ ଦୁଇ ହାତରେ ଫୋନ ଧରୁଛି ତ କିଏ ଗୋଟିଏ ହାତରେ ଧରି ଟାଇପ୍ କିମ୍ବା ସ୍କ୍ରୋଲ କରୁଛି । ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହେବେ ଯେ, କିଏ କିପରି ଫୋନ ଧରୁଛି, ସେହି ଶୈଳୀରୁ ଜାଣିପାରିବେ ସେହି ବ୍ୟକ୍ତିର ପର୍ସନାଲିଟି । ଆସନ୍ତୁ ଜାଣିବା ଏହି ବିଷୟରେ..

ଦ ମାଇଣ୍ଡ ଜର୍ଣ୍ଣାଲ ଏକ ଆର୍ଟିକିଲରେ ମୋବାଇଲ ଫୋନ ଧରିବା ଢଙ୍ଗରୁ ଲୋକଙ୍କ ବ୍ୟକ୍ତିତ୍ୱ ଗୁଣକୁ ବୁଝାଇବା ଦାବି କରିଛି । ଯଦି ଆପଣ ଗୋଟିଏ ହାତରେ ଫୋନ ଧରି କାର୍ଯ୍ୟ କରୁଛନ୍ତି ତେବେ ଆପଣ ଏକ ଅଚିନ୍ତିତ, ଖୁସିମିଞ୍ଜାସ ବ୍ୟକ୍ତି ଅଟନ୍ତି । ଆପଣ ନିଜର ଗୋଲ୍ସକୁ ପୂରଣ କରିବା ପାଇଁ ଏକ ଆରାମଦାୟକ ଜୋନରୁ ବାହାରି ଯାଆନ୍ତି ।

ସେହି ଆର୍ଟିକିଲରେ ଦାବି କରାଯାଇଛି ଯେ, ଦୁଇ ହାତରେ ଫୋନ ଧରି ଏବଂ ଗୋଟିଏ ହାତର ଆଙ୍ଗୁଠିରେ ସ୍କ୍ରୋଲ କିମ୍ବା ଟାଇପ କରୁଥିବା ଲୋକ ଖୁବ୍ ସତର୍କତାର ସହ କାମ କରନ୍ତି । ଏପରି ଲୋକ ଜୀବନରେ ରିସ୍କ ନେବା ପାଇଁ ପସନ୍ଦ କରନ୍ତି ନାହିଁ । ଅନ୍ୟପଟେ ଏକ ହାତରେ ଫୋନ ଧରିବା ତର୍ଜନୀ ଆଙ୍ଗୁଠିରେ ସ୍କ୍ରୋଲ କରୁଥିବା ବ୍ୟକ୍ତିମାନେ ନିଜର ବୁଦ୍ଧି ଏବଂ କଳ୍ପନାରେ ଲୋକମାନଙ୍କୁ ଇମ୍ପ୍ରେସ କରିଥାନ୍ତି । ଏମାନେ ଏପରି ତ ଲୋକଙ୍କ ସହ କଥା ହୋଇଥାନ୍ତି ହେଲେ ନିଜର ଏନର୍ଜି ବଢାଇବା ପାଇଁ ଏକୁଟିଆ ରହିବାକୁ ପସନ୍ଦ କରିଥାନ୍ତି ।

ସେହିପରି ଦୁଇ ହାତରେ ଫୋନ ଧରି ଦୁଇ ହାତର ଆଙ୍ଗୁଠିରେ ଟାଇପ କରୁଥିବା ବ୍ୟକ୍ତିମାନେ ଯେକୌଣସି ସମସ୍ୟାର ସମାଧାନ ଖୁବ ସହଜରେ କରିଥାନ୍ତି । ଯେକୌଣସି ପରିବର୍ତ୍ତନରେ ଏମାନଙ୍କୁ ଆଡଜଷ୍ଟ ହେବାକୁ ସମୟ ଲାଗିନଥାଏ । ଏମାନେ ଛୋଟ ପିଲାଙ୍କ ସହ ଛୋଟ ପିଲା ହୋଇଯାଆନ୍ତି ଏବଂ ବଡ ଲୋକଙ୍କ ସହ ବୁଝାମଣା ମଧ୍ୟ ଠିକ ରଖିଥାନ୍ତି ।

Get real time updates directly on you device, subscribe now.