fbpx

୪ ସେକେଣ୍ଡ ପାଇଁ ପଲକ ପକାଇଥାନ୍ତି ପକ୍ଷୀମାନଙ୍କ କୁମ୍ଭକର୍ଣ୍ଣ ‘ଚିନ୍‌ଷ୍ଟ୍ରେପ୍ ପେଙ୍ଗୁଇନ୍‌’

ଅବସାଦମୁକ୍ତ ଜୀବନ ଓ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ନିଦ୍ରା ଅତ୍ୟନ୍ତ ଆବଶ୍ୟକ । ମନୁଷ୍ୟ ହେଉ ଅବା ପଶୁପକ୍ଷୀ । ବେଳେ ବେଳେ ନିଦ ନ ଆସିଲେ ବି ପାୱାର ନେପ୍ ନେବା କଥା । ଏହା ଦ୍ୱାରା ଶରୀରର ଥକ୍କାପଣ ଦୂର ହେବା ସହ ଫୁର୍ତ୍ତି ଆସିଥାଏ । ନେପ୍ ଅର୍ଥ ଅଳ୍ପ ସମୟ ପାଇଁ ଶୋଇବା । ଜଣେ ବ୍ୟକ୍ତି ଗୋଟିଏ ମିନିଟରେ ୧୫ ଥର ପଲକ ପକାଇଥାଏ । କୌଣସି ବହି ପଢ଼ିଲେ, ଅନ୍ୟ କିଛି ମଜାଳିଆ ଜିନିଷ ଦେଖିଲେ ବା ଆଖି ଥକି ଗଲେ ୫-୮ ଥର ପଲକ ପକାଇଥାଉ । କିନ୍ତୁ ଏପରି ଏକ ପକ୍ଷୀ ଅଛି ଯିଏ ଦିନରେ ୧୧ ଘଣ୍ଟାରୁ ଅଧିକ ଶୋଇଥାନ୍ତି(ନେପ୍ ନେଇଥାନ୍ତି) । ସେହି ପକ୍ଷୀର ନାଁ ହେଉଛି ଚିନ୍‌ଷ୍ଟ୍ରେପ୍ ପେଙ୍ଗୁଇନ୍‌(Chinstrap Penguin) ।

ଏହି ପକ୍ଷୀ ଦିନରେ ୧୦ ହଜାର ଥର ପଲକ ପକାଇଥାଏ । ସେମାନଙ୍କୁ ପକ୍ଷୀମାନଙ୍କର କୁମ୍ଭକର୍ଣ୍ଣ କହିଲେ ଅତ୍ୟୁକ୍ତି ହେବ ନାହିଁ । ପେଙ୍ଗୁଇନ୍ ପକ୍ଷୀଙ୍କୁ ମୂଖ୍ୟତଃ ଆଣ୍ଟାର୍କଟିକାରେ ଦେଖିବାକୁ ମିଳିଥାଏ । ସେମାନେ ଉଡ଼ି ପାରନ୍ତି ନାହିଁ । କଳା ଓ ଧଳା ରଂଗର ଏହି ପକ୍ଷୀମାନଙ୍କ ଡେଣାକୁ ଫ୍ଲିପର୍ସ କୁହାଯାଏ । ଏହି ଫ୍ଲିପର୍ସ ସେମାନଙ୍କୁ ପହଁରିବାରେ ସାହାଯ୍ୟ କରିଥାଏ । ଚିନ୍‌ଷ୍ଟ୍ରେପ୍ ପ୍ରଜାତିର ପେଙ୍ଗୁଇନ୍‌ଙ୍କ ଥୋଡ଼ି ପାଖରେ ପତଳା କଳା ପଟି ଥିବାରୁ ଏପରି ନାମକରଣ ହୋଇଛି ।

ରିପୋର୍ଟରୁ ପ୍ରକାଶ ଯେ ଚିନ୍‌ଷ୍ଟ୍ରେପ୍ ପେଙ୍ଗୁଇନ୍ ୧୧ ଘଣ୍ଟାର ନୀଦ ଏକା ଥରକେ ନିଅନ୍ତି ନାହିଁ । ସେମାନେ ଦିନରେ ହଜାର ଥର ଆଖି ପଲକ ପକାଇଥାନ୍ତି । ସେମାନଙ୍କର ଗୋଟିଏ ପଲକ ୪ ସେକେଣ୍ଡ ପାଇଁ ଥାଏ । ସେମାନେ ଦିନରେ ୧୦ ହଜାର ଥର ମୁଣ୍ଡ ହଲାଇବା ଭିତରେ ୪ ସେକେଣ୍ଡର ନାପ୍ ନେଇଥାନ୍ତି । ଗବେଷଣାରୁ ପ୍ରକାଶ ସେମାନେ ତାଙ୍କ ବସାକୁ ନିରନ୍ତର ଜଗିରହିଥାନ୍ତି । ଏପରି କରିବା ଦ୍ୱାରା ନିଦ ପୁରା ହୋଇଥାଏ । ଏନେଇ ମାସିମୋ ନାମକ ଜଣେ ଟ୍ୱିଟର ବ୍ୟବହାରକାରୀ ଟ୍ୱିଟ୍ କରିଛନ୍ତି । ଲ୍ୟୋନ୍ ନ୍ୟୁରୋସାଇନ୍ସ୍ ରିସର୍ଚ୍ଚ ସେଣ୍ଟର(Lyon Neuroscience Research Centre) ଏବଂ କୋରିଆ ପୋଲାର ରିସର୍ଚ୍ଚ ଇନ୍ସଟିଟ୍ୟୁଟ୍‌(Polar Research Institute)ର ଏକ ଗବେଷଣା ଦଳ ଆଣ୍ଟାର୍କଟିକାରେ ଚିନ୍‌ଷ୍ଟ୍ରେପ୍ ପେଙ୍ଗୁଇନର ଶୋଇବା ପାଟର୍ଣ୍ଣକୁ ରେକର୍ଡ଼ କରିଥିଲେ । ଏହି ପକ୍ଷୀ କିପରି ଆଖି ବନ୍ଦ କରେ ଜାଣିବା ପାଇଁ ରିମୋଟ୍ ଏବଂ ଅନ୍ୟ ସେନ୍ସର ଦ୍ୱାରା ମନିଟର କରିଥିଲେ ।

 

Get real time updates directly on you device, subscribe now.