fbpx

ଚପର ଦୁର୍ଘଟଣା: ଚିହ୍ନଟ ହେଲା ଆଉ ୪ ଯବାନଙ୍କ ପାର୍ଥିବ ଶରୀର, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଅନ୍ତିମ ସଂସ୍କାର

Advertisement

ନୂଆଦିଲ୍ଲୀ : ତାମିଲନାଡୁର କୁନ୍ନୁରରେ ଡିସେମ୍ବର ୮ରେ ହୋଇଥିବା ସେନା ହେଲିକପ୍ଟର ଦୁର୍ଘଟଣାରେ ମୃତ ଅନ୍ୟ ୬ ଯବାନଙ୍କ ମୃତଦେହ ଚିହ୍ନଟ କରାଯାଇଛି । ଚିହ୍ନଟ କରାଯାଇଥିବା ମୃତଦେହ ଗୁଡିକ ୱିଙ୍ଗ କମାଣ୍ଡର ପିଏସ୍ ଚୌହାନ, ହାବିଲଦାର ପ୍ରଦୀପ ଏ, ଲାଂସ ନାୟକ ବି ସାଇ ତେଜା ଓ ଲାଂସ ନାୟକ ବିବେକ କୁମାରଙ୍କ ମୃତଦେହ ବୋଲି ଭାରତୀୟ ବାୟୁସେନା ପକ୍ଷରୁ ସ୍ପଷ୍ଟ ହୋଇଛି । ଆଜି ଏମାନଙ୍କ ପାର୍ଥିବ ଶରୀରକୁ ପରିବାରବର୍ଗଙ୍କୁ ଦିଆଯିବ ବୋଲି ସୂଚନା ମିଳିଛି । ବାୟୁସେନାର ସୂଚନା ଅନୁଯାୟୀ, ଚିହ୍ନଟ ହୋଇଥିବା ଯବାନଙ୍କ ମୃତ ଶରୀରକୁ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ୟ୍ୟାଦା ସହ ସଂସ୍କାର କରାଯିବ । ଏହା ପୂର୍ବରୁ ଦିଲ୍ଲୀ କ୍ୟାଂଟର ବେସ ହସ୍ପିଟାଲରେ ପାର୍ଥିବ ଶରୀରକୁ ଶ୍ରଦ୍ଧାଞ୍ଜଳୀ ଦିଆଯିବ । ଏହାପରେ ମୃତ ଶରୀରକୁ ପରିବାର ଲୋକଙ୍କୁ ଦିଆଯିବ ।

ସୂଚନାଯୋଗ୍ୟ, ଚପର ଦୁର୍ଘଟଣାରେ ଦେଶର ପ୍ରଥମ ସିଡିଏସ୍ ବିପିନ ରାୱତ ଓ ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କ ମୃତ୍ୟୁ ହୋଇଥିବା ବେଳେ ଗତକାଲି ସେମାନଙ୍କ ଅନ୍ତିମ ସଂସ୍କାର କରାଯାଇଛି । ଏହାସହ ବ୍ରିଗେଡିୟର ଲିଡ୍ଡରଙ୍କର ମଧ୍ୟ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।

Get real time updates directly on you device, subscribe now.