fbpx

ଫ୍ୟାନ ମାନଙ୍କ ମନରେ ଉତ୍କଣ୍ଠା , କ୍ୟାପଟେନ ଆମେରିକା Virgin?

ମାର୍ଭେଲ  ସିନେମାଟିକ ୟୁନିଭର୍ସରେ କ୍ରିସ ଇଭାନ୍ସ ଷ୍ଟିଭ ରୋଜର୍ସ ଆକା କ୍ୟାପଟେନ ଆମେରିକା ଭୂମିକାରେ ନଜର ଆସିଥିଲେ । ଆଉ ଏହି ଚଳଚିତ୍ର ତାଙ୍କୁ କେବଳ ସଫଳତା ଦେଇ ନଥିଲା ବରଂ ଏକ ନାମ ମଧ୍ୟ ଦେଇଥିଲା । ଲୋକେ ତାଙ୍କୁ କ୍ୟାପଟେନ ଆମେରିକା ଭୂମିକାରେ ବହୁତ ଗ୍ରହଣ କରିଲେ ।  ଏହାପରେ ମାର୍ଭେଲର ଅନ୍ୟ ସବୁ ସିରିଜରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିଲା । ଆଉ ତାଙ୍କ ଲୋକ ପ୍ରିୟତା ଖୁବ ବଢ଼ିବାରେ ମଧ୍ୟ ଲାଗିଲା । ଅନ୍ତର୍ଜାତୀୟ ସ୍ତରରେ ତାଙ୍କୁ ଲୋକପ୍ର୍ରିୟତା ହାସଲ ହେଲା ।

 ତେବେ ଚଳଚ୍ରିତ ନିର୍ମାତାଙ୍କ ଦ୍ୱାରା  ଆଗାମୀ ସିରିଜ  ସି-ହଲ୍କ ର ଏକ ଭିଡିଓ ଜାରି କରାଯାଇଛି । ଆଉ ଏଥିରେ କିଛି ଏଭଳି ଶୁଣି ବାକୁ ମିଳିଛି ଯାହା କ୍ୟାପଟେନ ଆମେରିକାଙ୍କ ଫ୍ୟାନ ମାନଙ୍କୁ ବହୁତ ଆଶ୍ଚର୍ଯ୍ୟ କରିଛି । ଏଥିରେ ଯିଏ  ଲିଡ କ୍ୟାରେକ୍ଟର ରେ ଅଛନ୍ତି ସେ ପଚାରୁଛନ୍ତିି ଯେ  କ୍ୟାପଟେନ ଆମେରିକା ଭର୍ଜିନ ନା ନୁହଁନ୍ତି ।

ସି-ହଲ୍କର ଏହି ଭିଡିଓ କ୍ଲିପଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବା ସହିତ ପ୍ରଶଂସକ ମାନଙ୍କ ମନରେ ଏକ ଉକ୍ରଷ୍ଠା ଭରି ଦେଇଛି । ସି-ହଲ୍କର ନୂତନ ଟିଜରରେ  ଜେନିଫର ୱାଲ୍ଟସ ଏବଂ ବ୍ରୁସ ବ୍ୟାନର କ୍ୟାପଟେନ ଆମେରିକାଙ୍କ ବ୍ୟକ୍ତିଗତ ଜୀବନ ଉପରେ ଆଲୋଚନା କରୁଥିବାର ଦେଖିବାକୁ ମିଳିଛି । ଏଥିରେ ଜେନିଫର ଦାବୀ କରୁଥିଛନ୍ତି  ଯେ କ୍ୟାପଟେନ ଆମେରିକା କୁମାର ଅଛନ୍ତି ବୋଲି । ଏହା ସହିତ ସେ କହିଛନ୍ତି ଯେତେଟି ସିିରିଜ ଆସିଲାଣି ତାଙ୍କର କୌଣସି ଝିଅ ବନ୍ଧୁଙ୍କ ସହିତ  ପ୍ରେମ ସମ୍ପର୍କ ଥିବାର ଦେଖିବାକୁ ମିଳି ନାହିଁ । ତେଣୁ ଏଥିରୁ ସ୍ପଷ୍ଟ ଯେ କ୍ୟାପଟେନ ଆମେରିକା ଭର୍ଜିନ ଅଛନ୍ତି ।

 ତେବେ ଭିଡିଓରେ ବାସ ଏତିକି ଆଲୋଚନା ହୋଇଛି ଏବଂ ଏହାପରେ ଗାଡିଟି ର୍ଦୁଘଟଣା ଗ୍ରସ୍ତ ହେଉଥିବାର ଦେଖିବାକୁ ମିଳୁଛି । ତେବେ ଏହି ଟ୍ୱିଷ୍ଟ ଲୋକମାନଙ୍କୁ  ମନରେ ଅନେକ ଭାବନା ସୃଷ୍ଟି କରିଛି । ଏହି ଚଳଚିତ୍ରଟି ଅଗଷ୍ଟ ୧୭ ତାରିଖରେ ଡିଜନି ପ୍ଲସରେ ରିଲିଜ ହେବ । ଏଥିରେ ମଧ୍ୟ ମାର୍ଭେଲର ଚରିତ୍ରଙ୍କୁ ଦେଖିବାକୁ ମିଳିବ  ।

Get real time updates directly on you device, subscribe now.