ବ୍ୟାଙ୍କରୁ ଲୋନ୍ ଆଣିବା ପାଇଁ ଏହି ଲୋକଙ୍କର ଦରକାର ପଡ଼ିବନି CIBIL ସ୍କୋର, କେନ୍ଦ୍ର ସରକାର କଲେ ସ୍ପଷ୍ଟ

ଋଣ ପାଇଁ ଏହି ଲୋକଙ୍କର ସିଭିଲ୍ ସ୍କୋର ଦେଖାଯିବନି, ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ବ୍ୟାଙ୍କରୁ ଋଣ ନେବାକୁ ଚାହୁଁଥିବା ଲୋକଙ୍କ ପାଇଁ ଏକ ବଡ଼ ଖବର। କେନ୍ଦ୍ର ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ, ଋଣ ନେବା ପାଇଁ RBI କୌଣସି ସର୍ବନିମ୍ନ କ୍ରେଡିଟ୍ ସ୍କୋର ସ୍ଥିର କରିନାହିଁ।

ପ୍ରଥମ ଥର ଋଣ ନେଉଥିବା ଲୋକଙ୍କ ପାଇଁ ବ୍ୟାଙ୍କ ଋଣ ପାଇଁ CIBIL ସ୍କୋର ଆବଶ୍ୟକ ନୁହେଁ। Minister of State for Finance ପଙ୍କଜ ଚୌଧୁରୀ, RBI ର ମତକୁ ଦୋହରାଇ ବ୍ୟାଙ୍କଗୁଡ଼ିକୁ ସ୍ପଷ୍ଟ ଭାବରେ କହିଥିଲେ ଯେ, ବ୍ୟାଙ୍କଗୁଡ଼ିକ ପ୍ରଥମ ଥର ଋଣ ନେଉଥିବା ଲୋକଙ୍କ ଋଣ ଆବେଦନକୁ ପ୍ରତ୍ୟାଖ୍ୟାନ କରିପାରିବେ ନାହିଁ। କ୍ରେଡିଟ୍ ସ୍କୋର କମ୍ କିମ୍ବା ଶୂନ ଥିଲେ ବି ସେମାନଙ୍କୁ ଋଣ ମିଳିବ।

ଅର୍ଥମନ୍ତ୍ରୀ ବ୍ୟାଙ୍କଗୁଡ଼ିକୁ ଦେଇଥିଲେ ଚେତାବନୀ: ମନ୍ତ୍ରୀ ଚୌଧୁରୀ କହିଛନ୍ତି ଯେ, ରିଜର୍ଭ ବ୍ୟାଙ୍କ ଜାନୁଆରୀ 6 ର ନିର୍ଦ୍ଦେଶନାମାରେ ଋଣ ସଂସ୍ଥାଗୁଡ଼ିକୁ ପରାମର୍ଶ ଦେଇଛି ଯେ, ପ୍ରଥମ ଥର ଋଣ ନେଉଥିବା ଲୋକଙ୍କ ଆବେଦନକୁ କେବଳ ଏଥିପାଇଁ ପ୍ରତ୍ୟାଖ୍ୟାନ କରାଯିବା ଉଚିତ୍ ନୁହେଁ ଯେ, ସେମାନଙ୍କର କୌଣସି CIBIL ନାହିଁ। RBI ଋଣ ଆବେଦନ ପାଇଁ ସର୍ବନିମ୍ନ କ୍ରେଡିଟ୍ ସ୍କୋର ସ୍ଥିର କରିନାହିଁ।

CIBIL ସ୍କୋର କ’ଣ? CIBIL ସ୍କୋର ହେଉଛି 300 ରୁ 900 ପର୍ଯ୍ୟନ୍ତ ଏକ 3 ଅଙ୍କ ବିଶିଷ୍ଟ ସଂଖ୍ୟା। ଏହି ସଂଖ୍ୟା ଜଣେ ବ୍ୟକ୍ତିଙ୍କ “କ୍ରେଡିଟ୍ ଯୋଗ୍ୟତା” ସୂଚାଇଥାଏ। ଏହି ସ୍କୋର କ୍ରେଡିଟ୍ ଇନଫର୍ମେସନ୍ ବ୍ୟୁରୋ ଅଫ୍ ଇଣ୍ଡିଆ (ଇଣ୍ଡିଆ) ଲିମିଟେଡ୍ (CIBIL) ଦ୍ୱାରା ପ୍ରଦାନ କରାଯାଏ। ଏହା ପ୍ରାୟତଃ ବ୍ୟକ୍ତିଗତ, ସୁନା, ଗୃହ ଏବଂ ଅନ୍ୟାନ୍ୟ ବ୍ୟାଙ୍କ ଋଣ ଭଳି ଋଣ ନେବା ପାଇଁ ଜଣେ ବ୍ୟକ୍ତିଙ୍କ ଯୋଗ୍ୟତା ନିର୍ଣ୍ଣୟ କରିବା ପାଇଁ ବ୍ୟବହୃତ ହୁଏ।