fbpx

କୁରକୁରେ ପାଇଁ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଝଗଡ଼ା, ରୁଷିଯାଇ ବାପଘରକୁ ଗଲେ ସ୍ତ୍ରୀ, ପରିବାର କାଉନସିଲରଙ୍କ ପାଖକୁ ଗଲା ମାମଲା

Advertisement

ଆଗରା: ଚଟପଟା ଏବଂ ସ୍ୱାଦିଷ୍ଟ ଜିନିଷ କାହାକୁ ବା ପସନ୍ଦ ନୁହେଁ । ବିଶେଷ କରି ଆଜିକାଲି ବଜାରରେ ଉପଲବ୍ଧ ହେଉଥିବା କୁରକୁରେ । ସାଧାରଣତଃ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ କୁରକୁରେ ଖାଇବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଏହି କୁରକୁରେକୁ ନେଇ ସ୍ତ୍ରୀ ରାଗିଯାଇ ବାପ ଘରକୁ ଚାଲିଯିବା ଭଳି ଏକ ବିଚିତ୍ର ଘଟଣା ସାମ୍ନାକୁ ଆସିଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଆଗ୍ରାରେ ।

ସୂଚନାରୁ ପ୍ରକାଶ ୨୦୨୩ରେ ଆଗ୍ରାର ଶାହଗଞ୍ଜ ଅଞ୍ଚଳର ଜଣେ ମହିଳାଙ୍କ ବିବାହ ସଦର ଥାନା ଅଞ୍ଚଳରେ ରହୁଥିବା ଜଣେ ଯୁବକଙ୍କ ସହ ହୋଇଥିଲା । ବିବାହ ପରେ ଦୁହିଁଙ୍କ ଦାମ୍ପତ୍ୟ ଜୀବନ ସୁଖ ଶାନ୍ତିରେ ଚାଲିଥିଲା । ସ୍ତ୍ରୀକୁ କୁରକୁରେ ବହୁତ ପସନ୍ଦ । କିନ୍ତୁ ଏହି କୁରୁକୁରେ ଖାଇବା ଅଭ୍ୟାସ ଦୁହିଁଙ୍କ ବୈବାହିକ ଜୀବନରେ ବିବାଦ ସୃଷ୍ଟି କରିବ ବୋଲି କିଏ ଜାଣିଥିଲା । ସ୍ତ୍ରୀ ଜଣଙ୍କ ସ୍ୱାମୀଙ୍କୁ ଅଫିସରୁ ଫେରିବା ସମୟରେ ତାଙ୍କ ପାଇଁ କୁରକୁରେ ଆଣିବା ପାଇଁ ଦାବି କହୁଥିଲେ । ଏପଟେ ବେଚାରା ସ୍ୱାମୀ ପ୍ରତିଦିନ ସ୍ତ୍ରୀଙ୍କ ପାଇଁ କୁରକୁରେ ପ୍ୟାକେଟ୍ ଆଣୁଥିଲେ । କିନ୍ତୁ ଦିନେ ସ୍ୱାମୀ ଜଣଙ୍କ ସ୍ତ୍ରୀ ପାଇଁ କୁରକୁରେ ପ୍ୟାକେଟ୍ ଆଣିବା ପାଇଁ ଭୁଲି ଯାଇଥିଲେ । ଏଥିରେ ଅଭିମାନ କରି ସ୍ତ୍ରୀ ତାଙ୍କ ବାପ ଘରକୁ ଚାଲିଯାଇଥିଲେ । ତେବେ ଗତ ଦେଢ଼ ମାସରୁ ସେ ତାଙ୍କ ବାପ ଘରେ ଥିବା ଜଣାପଡ଼ିଛି । ନିକଟରେ ଏହି ମାମଲାକୁ ଆଧାର କରି ସ୍ତ୍ରୀ ଜଣଙ୍କ ସ୍ୱାମୀଙ୍କ ନାଁରେ ଥାନାରେ ଅଭିଯୋଗ କରିଥିଲେ । ପରେ ପୋଲିସ ଏହି ମାମଲା ଫ୍ୟାମିଲି କାଉନସେଲିଂ କୋର୍ଟକୁ ସ୍ଥାନାନ୍ତରିତ କରିଥିଲେ । ପରିବାର ପରାମର୍ଶ କେନ୍ଦ୍ରରରେ କାଉନସେଲିଂ ସମୟରେ ସ୍ୱାମୀ କହିଥିଲେ, ‘୫ ଟଙ୍କିଆ କୁରକୁରେ ପାଇଁ ସ୍ତ୍ରୀ ତାଙ୍କ ସହ ଝଗଡ଼ା କରିଥିଲେ । ତାଙ୍କୁ କୁରକୁରେ ନ ଦେବାରୁ ରୁଷିଯାଇ ବାପ ଘରକୁ ଚାଲିଯାଇଥିଲା । ଅନ୍ୟପଟେ ସ୍ୱାମୀ ତାଙ୍କ ସହ ମାରପିଟ୍ କରିଥିବାରୁ ସେ ବାପଘରକୁ ଚାଲିଯାଇଥିବା କହିଛନ୍ତି ସ୍ତ୍ରୀ ।’ ଦୁହିଙ୍କ ଭିନ୍ନ ମନ୍ତବ୍ୟକୁ ନେଇ ପରିବାର ପରାମର୍ଶର କାଉନସିଲର ଏହି ସମସ୍ୟାର ସମାଧାନ ପାଇଁ ଦୁହିଁଙ୍କୁ ପରାମର୍ଶ କେନ୍ଦ୍ରକୁ ପୁନଃ ଡକାଇଥିବା ଜଣାପଡ଼ିଛି ।

 

Get real time updates directly on you device, subscribe now.