BREAKING: ଭଦ୍ରକରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ.. ମାରପିଟ ପରେ ବୋମାମାଡ଼, ୭ ଆହାତ

ଭଦ୍ରକ ତିହିଡ଼ି କାଁପଡ଼ାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ଉଭୟ ପକ୍ଷରୁ ମାରପିଟ ପରେ ବୋମାମାଡ଼ କରାଯାଇଛି ।

ଭଦ୍ରକ: ଭଦ୍ରକ ତିହିଡ଼ି କାଁପଡ଼ାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ଉଭୟ ପକ୍ଷରୁ ମାରପିଟ ପରେ ବୋମାମାଡ଼ କରାଯାଇଛି । ଘଟଣାରେ ୭ ଜଣ ଗୁରୁତର ଆହାତ ହୋଇଛନ୍ତି

୪ ଜଣଙ୍କୁ ତିହିଡି ଅନ୍ୟ ୩ ଜଣଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି । ଗାଁରେ ଚାପା ଉତ୍ତେଜନା ଲାଗି ରହିଛି । ଘଟଣାକୁ ଦୃଷ୍ଟିରେ ରଖି ପୋଲିସ ମୁତୟନ ଅଛନ୍ତି ।

ରାଜନୈତିକ ଶତ୍ରୁତାର ଏହି ଗଣ୍ଡଗୋଳ ହୋଇଥିବା ସୂଚନା ।