fbpx

ଗେମ୍ ଖେଳିବା ହେଲା କାଳ, ମୋବାଇଲ ନ ଦେବାରୁ ସପ୍ତମ ଶ୍ରେଣୀ ଛାତ୍ରଙ୍କୁ ହତ୍ୟା କଲେ ଅନ୍ୟ ଦୁଇ ସାଙ୍ଗ

Advertisement

ମୋବାଇଲ ହୋଇଛି କାଳ । ମୋବାଇଲରେ ଫ୍ରୀ ଫାୟାର୍ ଗେମ୍ ଆଗରେ ସାଙ୍ଗ ତୁଚ୍ଛ ହୋଇଛି । ମୋବାଇଲ ନ ଦେବାରୁ ଦୁଇ ସାଙ୍ଗ ମିଶି ଅନ୍ୟ ଜଣେ ସାଙ୍ଗକୁ ମାରି କେନାଲରେ ଫିଙ୍ଗି ଦେଇଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିିଛି କୋରାପୁଟ ଟାଉନ୍ ଥାନା ଅଞ୍ଚଳରେ । ସୂଚନା ଅନୁସାରେ ଗତକାଲି ସନ୍ଧ୍ୟା ସମୟରେ ତିନି ସାଙ୍ଗ ମିଶି ସ୍କୁୟଲ ନିକଟରେ ମୋବାଇଲ ଗେମ ଖେଳୁଥିଲେ । ମୋବାଇଲରେ ଗେମ୍ ଖେଳୁଥିବା ସମୟରେ ଜଣେ ସାଙ୍ଗ ଅନ୍ୟମାନଙ୍କୁ ମୋବାଇଲ ନଦେବାରୁ ସେମାନେ ତାଙ୍କୁ ଆକ୍ରମଣ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି ।

ତେବେ ପୋଲିସ ଏହି ଘଟଣାରେ ସମ୍ପୃକ୍ତ ଦୁଇ ସମବୟସ୍କ ଅଭିଯୁକ୍ତ ସାଙ୍ଗକୁ ଅଟକ ରଖିଛି । ତିନି ସାଙ୍ଗ ମିଶି ମୋବାଇଲରେ ଫ୍ରୀ ଫାୟାର୍ ଗେମ୍ ଖେଳୁଥିଲେ । ଏହି ସମୟରେ ଅନ୍ୟ ଦୁଇ ସଙ୍ଗ ମୋବାଇଲ ମାଗିଥିଲେ, କିନ୍ତୁ ମୃତକ ମନା କରିଦେବାରୁ ସେମାନେ ଉତ୍ୟକ୍ତ ହୋଇ ପ୍ରଥମେ ତାଙ୍କୁ ମାରଧର କରିଥିଲେ । ପରେ ଦୁହେଁ ମିଶି ତାଙ୍କୁ ପଥରରେ ଛେଚି ହତ୍ୟା କରିଥିଲେ । ଏହା ପରେ ଦୁଇ ଅଭିଯୁକ୍ତ ମୃତଦେହକୁ ନିକଟରେ ଥିବା କେନାଲକୁ ଫିଙ୍ଗି ଦେଇଥିଲେ ।

ସକାଳୁ କେନାଲ ନିକଟରେ ମୃତଦେହ ପଡିଥିବା ଖବର ଜଣା ପଡିଥିଲା । ମୃତକଙ୍କ ବାପା ନିଜ ପୁଅମୃତ ଦେହକୁ ଚିହ୍ନଟ କରିଥିଲେ । ମୃତକଙ୍କ ବାପାଙ୍କ ପୋଲୁିସ ନିକଟରେ ଦାଖଲ କରିଥିବା ମାମଲାକୁ ଭିତ୍ତି କରି କୋରାପୁଟ ଟାଉନ୍ ଥାନା ପୋଲିସ ବର୍ତ୍ତମାନ ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି ।

 

Get real time updates directly on you device, subscribe now.